Latest Odisha News

BREAKING NEWS

ଖତ୍‌ରୋ କେ ଖିଲାଡ଼ିରେ ସାମିଲ ହେଲେ ଟିଭି ଦୁନିଆର ଦୁଇ ଲୋକପ୍ରିୟ ବୋହୂ

ମୁମ୍ବାଇ: ଟିଭିର ସବୁଠାରୁ ଲୋକପ୍ରିୟ ରିଅଲିଟି ଶୋ ‘ଖତୋର୍‌୍ କେ ଖିଲାଡି’ ର ନୂଆ ସିଜିନ୍‌୧୩କୁ ନେଇ ଚର୍ଚ୍ଚା ଜୋର ଧରିଛି । ଶୋ’ର ପ୍ରତିଯୋଗୀମାନଙ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦିନକୁ ଦିନ ବଢିବାରେ ଲାଗିଛି । ଟିଭି ଦୁନିଆର ଦୁଇ ଲୋକପ୍ରିୟ ବୋହୂ ଏବେ ରୋହିତ ଶେଟ୍ଟୀଙ୍କ ଏହି ସୋ’ରେ ସାମିଲ ହେବାକୁ ଯାଉଛନ୍ତି । ସେମାନେ ହେଲେ ଧାରାବାହିକ ‘କୁଣ୍ଡ୍‌ଲି ଭାଗ୍ୟ\’ରେ ଅଭିନୟ କରିଥିବା ରୁହି ଚାଟୁର୍ବେଦୀ ଏବଂ ଅଞ୍ଜୁମ୍ ଫାକିହ ।

BjdElectrycity

ଛୋଟପରଦାର ଲୋକପ୍ରିୟ ଏହି ଦୁଇ ବୋହୂ ଶୋରେ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ଦର୍ଶକ ଦେଖିବାକୁ ପାଇବେ । ଏନେଇ ରୁହି କହିଛନ୍ତି ଯେ, ରୋହିତ ଶେଟ୍ଟୀଙ୍କ ଶୋ’ରେ ସାମିଲ ହେବା ମୋ ପାଇଁ ଏକ ବଡ଼ କଥା । ଏଥିରେ ଭାଗ ନେବା ପାଇଁ ବହୁ ଆଗରୁ ଇଛା ଥିଲା । ହେଲେ ସୁଯୋଗ ମିଳି ନ ଥିଲା । କିନ୍ତୁ ସିଜିନ୍ ୧୩ରେ ଅଫର ମିଳିବାରୁ ଏହାକୁ ହାତଛଡ଼ା କରିବାକୁ ଚାହିଁ ନାହିଁ । ଏଥିପାଇଁ ମୁଁ ବହୁତ ଉତ୍ସାହିତ ଅଛିି । ଏଥିରେ ମୁଁ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି । ଦୁଃସାହସିକ ଷ୍ଟଣ୍ଟ କରିବାକୁ ମୁଁ ନିଜକୁ ଶାରୀରିକ ଏବଂ ମାନସିକ ସ୍ତରରେ ପ୍ରସ୍ତୁତ କରିଛି ।

Leave A Reply

Your email address will not be published.