ନୂଆଦିଲ୍ଲୀ: ସରକାରୀ କର୍ମଚାରୀ ପେନସନଭୋଗୀଙ୍କ ପାଇଁ ନୂଆ ନିୟମ ଘୋଷଣା ହୋଇଛି। ଯେଉଁଥିରେ ପେନ୍ସନ୍ ପାଇବାକୁ ଯୋଗ୍ୟ ଥିବା ପରିବାର ସଦସ୍ୟଙ୍କ ତାଲିକାରୁ ଝିଅର ନାମ ହଟାଯାଇପାରିବ ନାହିଁ।
ଦେଖାଯାଏ ଯେ ଅନେକ ଥର ସରକାରୀ କର୍ମଚାରୀମାନେ ପେନସନରେ ଝିଅର ନାମ ଅନ୍ତର୍ଭୁକ୍ତ କରିନଥାନ୍ତି। ଏ ସମ୍ପର୍କରେ ପେନସନଭୋଗୀ କଲ୍ୟାଣ ବିଭାଗ ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ଝିଅମାନେ ମଧ୍ୟ ପରିବାରର ସଦସ୍ୟ ଅଟନ୍ତି। ତେଣୁ ପରିବାର ସଦସ୍ୟଙ୍କ ତାଲିକାରେ ଝିଅର ନାମ ମଧ୍ୟ ଅନ୍ତର୍ଭୂକ୍ତ ରହିବା ଉଚିତ।
ତେବେ ୨୦୨୧ର ସେଣ୍ଟ୍ରାଲ୍ ସିଭିଲ୍ ସର୍ଭିସେସ୍ (ପେନସନ୍) ନିୟମ ଅନୁଯାୟୀ ଯଦି ପରିବାରରେ ଅବିବାହିତ, ବିବାହିତ ଏବଂ ବିଧବା ଝିଅ ଓ ପୋଷ୍ୟ ଝିଅ ଅଛନ୍ତି ତେବେ ସେମାନଙ୍କ ନାମ ଏଥିରେ ଅନ୍ତର୍ଭୁକ୍ତ ହେବ।
ଅପରପକ୍ଷରେ ପ୍ରଶ୍ନ ଉଠୁଛି ଯେ ପେନସନ୍ ଉପରେ ପ୍ରଥମ ଅଧିକାର କାହାର ଅଛି? ଯଦି ଘରେ ଜଣେ ଭିନ୍ନକ୍ଷମ ପିଲା ଅଛନ୍ତି, ତାହେଲେ ତାଙ୍କୁ ହିଁ ପ୍ରଥମ ଅଧିକାର ଦିଆଯିବ। ଏହା ବ୍ୟତୀତ ଯେଉଁ ଝିଅ (ମାନସିକ କିମ୍ବା ଶାରୀରିକ ଭାବେ ଅକ୍ଷମ ଥିବ) ଓ ବିବାହ ନ ହୋଇଥିବ କିମ୍ବା ଆର୍ଥିକ ସକ୍ଷମ ନହେବା ପର୍ଯ୍ୟନ୍ତ ତାଙ୍କୁ ଏହି ସୁବିଧା ମିଳିପାରିବ। ତେବେ ୨୫ ବର୍ଷରୁ ଅଧିକ ଥିବା ଅବିବାହିତ, ବିଧବା, ଛାଡପତ୍ର ହୋଇଥିବା ଝିଅମାନେ ପେନସନ ପାଇପାରିବେ।
କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାରକୁ ଏକ ରାଶି ଦିଆଯାଏ ଯାହାକୁ ପାରିବାରିକ ପେନସନ କୁହାଯାଏ। ଆଉ ଏହି ପେନ୍ସନ୍ କର୍ମଚାରୀଙ୍କ ପରିବାରର ଆର୍ଥିକ ସହାୟତାରେ ସହାୟକ ହୋଇଥାଏ।