Latest Odisha News

ଫିଲ୍ମ ମେକର ଡେଭିଡ ଧାୱନ ଡାକ୍ତରଖାନାରେ ଭର୍ତି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଫିଲ୍ମମେକର ଡେଭିଡ ଧାୱନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହି ଖବର ପାଇବା ମାତ୍ରେ ତାଙ୍କ ପୁତ୍ର ବରୁଣ ଧାୱନ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ମାତ୍ରେ ଯୁଗ ଯୁଗ ଜିୟୋ ଫିଲ୍ମର ପ୍ରମୋଶନ ଅଧାରୁ ଛାଡି ଡାକ୍ତରଖାନାକୁ ଯାଇଥିଲେ । କୁଲୀ ନଂ୧, ଜୁଡୁୱା, ହସୀନା ମାନ ଜାୟେଗା, ପାର୍ଟନର ପରି ଅନେକ ସଫଳ ହିଟ ଫିଲ୍ମ ନିର୍ମାଣ କରିଛନ୍ତି । ଗୋବିନ୍ଦାଙ୍କ ସହ ତାଙ୍କ ଯୋଡି ବଲିଉଡରେ କମେଡି ଫିଲ୍ମର ଟ୍ରେଣ୍ଡ ସୃଷ୍ଟି କରିଥିଲା । ଡେଭିଡ ଦୀର୍ଘ ଦିନ ହେବ ଆଡଭାନ୍ସ ଷ୍ଟେଜ ଡାଇବେଟିଜରେ ଆକ୍ରାନ୍ତ ଅଛନ୍ତି । ଡେଭିଡଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ବୟାନ ଆସି ନାହିଁ ।

ବରୁଣ ଏବେ ତାଙ୍କ ଆଗାମୀ ଫିଲ୍ମ ପ୍ରମୋଶନ ନେଇ ବ୍ୟସ୍ତ ରହୁଥିଲେ । ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିବା ଯୁଗ ଯୁଗ ଜିୟୋରେ ବରୁଣଙ୍କ ସହ କିଆରା ଆଡଭାନୀ, ଅନୀଲ କାପୁର ଅଭିନୟ କରୁଛନ୍ତି । ଦୀର୍ଘ ଦିନ ପରେ ନୀତୁ କାପୁର ଏହି ଫିଲ୍ମ ମାଧ୍ୟମରେ ଅଭିନୟ ଜଗତରେ ପୁନଃ ପ୍ରତ୍ୟାବର୍ତନ କରୁଛନ୍ତି ।

Leave A Reply

Your email address will not be published.