Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବର୍ଷାଙ୍କ ଏକାଧିକ ପରିଚୟପତ୍ରର ତଦନ୍ତ ଦାବି କରି ଇଡିର ଦ୍ୱାରସ୍ଥ ହେଲେ ଅନୁଭବ ମହାନ୍ତି

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ବିଚରାଧିନ ରହିଛି । ଅନ୍ୟପଟେ ବର୍ଷାଙ୍କ ଏକାଧିକ ପରିଚୟପତ୍ରର ତଦନ୍ତ ଦାବି କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଦ୍ୱାରସ୍ଥ ହୋଇଛନ୍ତି ଅନୁଭବ । ଓଡ଼ିଶା ସମ୍ବାଦ ହାତରେ ଲାଗିଛି ଅନୁଭବଙ୍କ ଅଭିଯୋଗର ଏକ୍ସକ୍ଲୁଜିଭ୍ ଦସ୍ତାବିଜ୍ ।

BjdElectrycity

ଭର୍ଷା ପ୍ରିୟଦର୍ଶିନୀ ଓରଫ ବର୍ଷା ପ୍ରିୟଦହଶାନୀ ଅବା ବର୍ଷା ପ୍ରିୟଦର୍ଶିନୀ ସାହୁ ଏମିତି ଏକାଧିକ ନାମରେ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ବିଭିନ୍ନ ମାଧ୍ୟମରେ ଆୟ କରୁଛନ୍ତି । କିନ୍ତୁ ମୋଟ ଆୟ ଅନୁସାରେ ଆୟକର ନଦେଇ ଟିକସ ଫାଙ୍କୁଥିବା ଅଭିଯୋଗ କରିଛନ୍ତି ଅନୁଭବ । ଏନେଇ ଅନୁଭବ ଇଡିର ଦ୍ୱାରସ୍ଥ ହୋଇଛନ୍ତି ।

ଜୁନ୍ ୭ରେ ଭୁବନେଶ୍ୱର ଇଡି ଜୋନାଲ୍ ଅଫିସରେ ଏନେଇ ଅଭିଯୋଗ କରିଛନ୍ତି ଅନୁଭବ । ଅନୁଭବଙ୍କ ଅଭିଯୋଗ ଅନୁସାରେ, ବର୍ଷା ତାଙ୍କର ପ୍ରଥମ ମଝି ଓ ସରନେମ ସ୍ପେଲିଂକୁ ପାସପୋର୍ଟ, ଆଧାର ଓ ପାନ କାର୍ଡରେ ଅଲଗା ଅଲଗା ଦେଇଛନ୍ତି । ଏପରିକି ବିଭିନ୍ନ ବ୍ୟାଙ୍କରେ ଥିବା ଭିନ୍ନ ଭିନ୍ନ ଆକାଉଣ୍ଟରେ ମଧ୍ୟ ବର୍ଷାଙ୍କ ନାଁର ସ୍ପେଲିଂ ଭିନ୍ନ ରହିଛି । ଆୟକରରୁ ବଞ୍ଚିବା ଲାଗି ବର୍ଷା ଏଭଳି କରିଥିବା ଅଭିଯୋଗ କରିଛନ୍ତି ଅନୁଭବ । ଏପରିକି ଗୋଟିଏ ବ୍ୟାଙ୍କର ଆକାଉଣ୍ଟରରେ ୫ରୁ ୬ ଥର ନାଁର ସ୍ପେଲିଂ ପରିବର୍ତ୍ତନ କରାଯାଇଥିବା ଅନୁଭବ କହିଛନ୍ତି ।

ଏପରିକି ବର୍ଷାଙ୍କ ଆୟ ଉପରେ ଅନୁଭବ ପ୍ରଶ୍ନ ଉଠାଇଛନ୍ତି । ବର୍ଷାଙ୍କ ସତ୍ୟପାଠ ଅନୁସାରେ ସେ ବିବାହର ୬ ବର୍ଷ ମଧ୍ୟରେ ୧୩ କୋଟି ଟଙ୍କା କ୍ଷତି ସହିଛନ୍ତି । ବିବାହ ପୂର୍ବରୁ ଗୋଟିଏ ଫିଲ୍ମ ପିଛା ୨୦ ଲକ୍ଷ ହିସାବରେ ବର୍ଷା କ୍ଷତି ସହିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ୨୦୧୪ ମସିହା ଯାଏ ବାର୍ଷିକ ୧୦ଟି ଫିଲ୍ମ ଅନୁସାରେ ୨ କୋଟି ଟଙ୍କା ଆୟ କରିଛନ୍ତି । ସେସବୁ ଆୟ ଉପରେ ଦେଇଥିବା ଆୟକରର ପ୍ରମାଣ ମାଗିଛନ୍ତି ଅନୁଭବ ।

ଏପରିକି ବର୍ଷା ପରିଚାଳନା କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ଉପରେ ଅନୁଭବ ପ୍ରଶ୍ନ ଉଠାଇଛନ୍ତି । ଏନଜିଓକୁ କେଉଁଠୁ ଟଙ୍କା ଆସୁଛି ? ଅଡିଟ୍ ହେଉଛି କି ନାହିଁ ? ଏନଜିଓ ମାଧ୍ୟମରେ ବର୍ଷା କଳା ଟଙ୍କାକୁ ଧଳା କରୁଥିବା ଅନୁଭବ ଅଭିଯୋଗ କରିଛନ୍ତି । ଏପରିକି ବର୍ଷାଙ୍କ ବିବାହ ବେଳେ ତାଙ୍କ ମାଆ ଦୀପା ସାହୁ ୨ ହଜାର ବରଯାତ୍ରୀଙ୍କୁ ଦେଇଥିବା ରୂପା କଏନରେ ଖର୍ଚ୍ଚ କରିଥିବା ୫୦ ଲକ୍ଷ ଟଙ୍କା କେଉଁଠୁ ଆସିଲା ? ତାର ପ୍ରମାଣ ମାଗିବା ସହ ଯାଞ୍ଚ ଦାବି କରିଛନ୍ତି ଅନୁଭବ ।

ଅନୁଭବ କରିଥିବା ଅଭିଯୋଗ ନେଇ ଆମେ ବର୍ଷାଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନାହିଁ । ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା କଟକ ଏସଜେଡିଏମ୍ କୋର୍ଟରେ ବିଚାରଧୀନ ରହିଥିବା ବେଳେ ଇଡିକୁ ଅନୁଭବଙ୍କ ଚିଠି ମାମଲାକୁ ନୂଆ ମୋଡ଼କୁ ଟାଣୁଛି ।

Leave A Reply

Your email address will not be published.