ସିଡନୀ: ଭାରତ ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରିଥିବା ଅଷ୍ଟ୍ରେଲିଆକୁ ଝଟକା । ଦିନିକିଆ ଓ ଟି-ଟ୍ୱେଣ୍ଟି ଖେଳିବେନି ଧୂରନ୍ଧର ଓପନର ଡେଭିଡ୍ ଓ୍ୱାର୍ଣ୍ଣର । ଆହତ କାରଣରୁ ସେ ଦଳରୁ ବାଦ ପଡ଼ିଛନ୍ତି । ଆସନ୍ତା ୨ ତାରିଖରେ କାନବେରାରେ ଶେଷ ଦିନିକିଆ ସହ ଆସନ୍ତା ୪ ତାରିଖରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜରୁ ସେ ବାଦ ପଡିଛନ୍ତି ।
ଗତକାଲି ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଫିଲଡିଂ ବେଳେ ଆହତ ହୋଇଥିଲେ ଡେଭିଡ ଓ୍ୱାର୍ଣ୍ଣର । ତାଙ୍କର ଆହତ ଭାରତକୁ ଆଗାମୀ ମ୍ୟାଚ ପାଇଁ ଏକ ଆଶ୍ୱସ୍ତି । ଗତ ଦୁଇଟି ଦିନିକିଆରେ ଓ୍ୱାର୍ଣ୍ଣର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଟି-ଟ୍ୱେଣ୍ଟିରେ ଓ୍ୱାର୍ଣ୍ଣରଙ୍କ ସ୍ଥାନରେ ଟାର୍ସି ସଟଙ୍କୁ ସୁଯୋଗ ମିଳିଛି ।
Big loss for Australia ??
David Warner has been ruled out of the remainder of the white-ball matches against India with a groin injury; D’Arcy Short has been named as his replacement for the T20Is.
DETAILS ?
— ICC (@ICC) November 30, 2020
Comments are closed.