Latest Odisha News

BREAKING NEWS

ବକ୍ସିଂ ଡେ ଟେଷ୍ଟ:ଆଘାତପ୍ରାପ୍ତ ୱାର୍ଣ୍ଣର ଓହରିଲେ

ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଭାରତ ବିପକ୍ଷ ବକ୍ସିଂ ଡେ ଟେଷ୍ଟରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ସେ ବାୟୋବବଲ ଛାଡିସାରିଥିବାରୁ ଏହି ମ୍ୟାଚରେ ଖେଳିବାର କୌଣସି ସମ୍ଭାବନା ଆଉ ନାହିଁ । ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୮ ଉଇକେଟରେ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା । ୱାର୍ଣ୍ଣର ଏହି ମ୍ୟାଚରେ ଖେଳି ନ ଥିଲେ ।

ଯେତେଦୂର ସମ୍ଭବ ସେ ଜାନୁୟାରୀ ୭ରେ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟରେ ଖେଳିପାରନ୍ତି । ଦିନିକିଆ ସିରିଜ ଅବସରରେ ୱାର୍ଣ୍ଣର ଆଘାତପ୍ରାପ୍ତ ହୋଇଥିଲେ । ସେହିପି ଭାରତର ମହମ୍ମଦ ଶାମି ମଧ୍ୟ ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନ ଥିବାରୁ ସେ ମଧ୍ୟ ଏହି ମ୍ୟାଚରେ ଖେଳିବେନି ।

Leave A Reply

Your email address will not be published.