Latest Odisha News

BREAKING NEWS

ଓକିଲଙ୍କୁ ମରଣାତ୍ମକ ଆକ୍ରମଣ ପ୍ରତିବାଦରେ ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ ଓକିଲଙ୍କୁ ମରଣାତ୍ମକ ଆକ୍ରମଣ ପ୍ରତିବାଦରେ ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ ଡାକରା ଦିଆଯାଇଛି । ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ ରହିବା ସହ ଦୋକାନ ବଜାର ,ସ୍କୁଲ , କଲେଜ, ବ୍ୟାଙ୍କ ସମେତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ରହିଛି । ଗତ ମାସ ୨୮ ତାରିଖ ଦିନ ଓକିଲ ସଂଘର ସଦସ୍ୟ ଶଶଧର ମହାନ୍ତିଙ୍କୁ ଏକ ରେଷ୍ଟୁରାଣ୍ଟରେ କିଛି ଅସାମାଜିକ ଯୁବକ ମରଣାତ୍ମକ ଆକ୍ରମଣ କରିଥିଲେ ।

ଫଳରେ ଓକିଲ ଶ୍ରୀ ମହାନ୍ତି ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେଠାରେ ସେ ଆଇସିୟୁରେ ମରଣ ସହ ସଂଗ୍ରାମ କରୁଛନ୍ତି । ଏବଂ ଏହାକୁ ନେଇ କାମାକ୍ଷାନଗର ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏନେଇ ଓକିଲ ସଂଘର ସଦସ୍ୟ ମାନେ ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ କରିଛନ୍ତି ।

Leave A Reply

Your email address will not be published.