Latest Odisha News

BREAKING NEWS

ଭାରତର ସ୍କଟଲ୍ୟାଣ୍ଡକୁ କେବେ ବୁଲିଯାଇଛନ୍ତି କି ?

ଓଡ଼ିଶା ସମ୍ୱାଦ ବ୍ୟୁରୋ: ଭ୍ରମଣ କରିବାକୁ ଭଲପାଉଥିବା ଲୋକେ ପ୍ରାୟତଃ ସୁନ୍ଦର ସ୍ଥାନ ଖୋଜନ୍ତି। ଆଜି ଆମେ ଭ୍ରମଣକାରୀଙ୍କୁ ଏକ ସୁନ୍ଦର ସ୍ଥାନ ବିଷୟରେ କହିବାକୁ ଯାଉଛୁ। ଏହି ସ୍ଥାନଟି ଏତେ ସୁନ୍ଦର ଯେ ଏହାକୁ ‘ସ୍କଟଲ୍ୟାଣ୍ଡ୍ ଅଫ୍ ଇଣ୍ଡିଆ’ର ମାନ୍ୟତା ଦିଆଯାଇଛି। ଏହି ସ୍ଥାନଟି କର୍ଣ୍ଣାଟକରେ ଅବସ୍ଥିତ ଏବଂ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ମଧ୍ୟରୁ ଅନ୍ୟତମ। ଉକ୍ତ ସ୍ଥାନଟି ହେଉଛି କୁର୍ଗ।

କର୍ଣ୍ଣାଟକର ଏହି ହିଲ୍ ଷ୍ଟେସନ କାବେରୀ ନଦୀର ଉତ୍ପତ୍ତି। ସୁନ୍ଦର ସମତଳ ଭୂମି, ସବୁଜ ଜଙ୍ଗଲ, ପର୍ବତ, ସବୁକିଛି ଏତେ ସୁନ୍ଦର ଯେ ସେଠାକୁ ଯେକେହିବି ଯାଆନ୍ତି ଫେରିବାକୁ ଚାହାଁନ୍ତି ନାହିଁ। କୁର୍ଗ ହିଲ୍ ଷ୍ଟେସନଟି ମସଲା ଏବଂ କଫି ଚାଷ ପାଇଁ ପ୍ରସିଦ୍ଧ। ତେଣୁ ପର୍ଯ୍ୟଟକଙ୍କର କୁର୍ଗ ହିଲ୍ ଷ୍ଟେସନ୍ ବହୁତ ଲୋକପ୍ରିୟ। ପର୍ଯ୍ୟଟକ ଏଠାକୁ ଯିବା ପରେ ମସଲାର ସୁଗନ୍ଧରେ ମନ ଖୁସି କରାନ୍ତି ଏବଂ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି। ଏଠାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ମନକୁ ଶାନ୍ତି ପ୍ରଦାନ କରେ।

ସେହିପର କୁର୍ଗରେ ଆପଣ ମଣ୍ଡଳପାଟ୍ଟୀ ଭ୍ୟୁପଏଣ୍ଟ ଯାଇ ବୁଲି ପାରିବେ। ଏହି ଭ୍ୟୁପଏଣ୍ଟ ୪୦୫୦ ଫୁଟ ଉଚ୍ଚରେ। ଏଠାରୁ ଆପଣ ସହରର ସମସ୍ତ ସ୍ଥାନକୁ ଦେଖିପାରିବେ। ଏଠାରେ ପରିଦର୍ଶନ କରିବାର ସମୟ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ। ସୂଚନା ଥାଉକି କୁର୍ଗରେ ଦୂରଦୂରାନ୍ତର ପର୍ଯ୍ୟଟକ ବୁଲିବାକୁ ଆସନ୍ତି। ବିଶେଷ କରି ପ୍ରକୃତି ପ୍ରମୀମାନେ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସନ୍ତି। ଏଠାରେ ଆପଣ ମଧ୍ୟ ବୁଲିବାକୁ ଯୋଜନା କରନ୍ତୁ। କାରଣ କୁର୍ଗରେ ସ୍ୱଚ୍ଛ ପରିବେଶ ମଧ୍ୟ ପାଇବେ।

Leave A Reply

Your email address will not be published.