Latest Odisha News

BREAKING NEWS

ଭୟରେ ଦାଉଦ: ପାକିସ୍ତାନ ବାହାରକୁ ନିଜ ପରିବାର ଲୋକଙ୍କୁ ପଠାଇ ଦେଉଛି

ଲାହୋର:ପାକିସ୍ତାନ ସରକାର ଆତଙ୍କୀ ନେଟୱାର୍କ ପର କଠୋର କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛି । ଏହା ସତରେ କରୁଛି କି ବିଶ୍ୱ ସମୁଦାୟ ନିକଟରେ ବିଶ୍ୱାସ ଆଣିବା ପାଇଁ ଅଭିନୟ କରୁଛି ତାହା ଜଣା ପଡିନି । ତେବେ ରିପୋର୍ଟ ମୁତାବକ ଜୈଶ ମୁଖ୍ୟ ମସୁଦ ଆଝାର ଓ ଜକି ଉର ରହେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପରେ ଏବେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ଭୟ କରିଛି । ସେ ପାକିସ୍ତାନ ବାହରକୁ ନିଜ ପରିବାର ଲୋକଙ୍କୁ ଲୁଚେଇ ଛପେଇ ପଠାଇ ଦେଉଛି ।

ଦାଉଦ ବଡ ଝିଅ ମାହାରୁଖ ଜାଭେଦ ମିଆଁଦାଦଙ୍କ ପୁତ୍ର ଜୁନୈଦଙ୍କୁ ବିବାହ କରିଛନ୍ତି । ଭାରତର ଗୋଇନ୍ଦା ସଂସ୍ଥା ଅନୁସାରେ ସେମାନଙ୍କୁ ପର୍ତୁଗାଲ ପଠାଇ ଦିଆଯାଇଛି । ଛୋଟ ଭାଇ କାସକର ଦୁବାଇରେ ଡି କମ୍ପାନୀର ବୈଧ କାରୋବାର ଚଳାଉଛି । ସେହିପରି ଦାଉଦର ଭାଇ ଅନୀସ ଇବ୍ରାହିମର ଖବର ୨ ସପ୍ତାହ ହେଲା ମିଳୁ ନାହିଁ । ଅନୀସଙ୍କ ପିଲାମାନେ ମିଡିଲ ଇଷ୍ଟର ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.