Latest Odisha News

BREAKING NEWS

ଟେଷ୍ଟ ଚାମ୍ପିୟନଶିପ୍‌ର ଶୀର୍ଷକୁ ଉଠିଲା ଟିମ୍ ଇଣ୍ଡିଆ

ବ୍ରିସବେନ୍ : ବ୍ରିସବେନ୍ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ୩ ଓ୍ବିକେଟରେ ଅଷ୍ଟ୍ରେଲିଆକୁ ହରାଇ ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ରେ ଜିତି ନେଇଛି । ଏହି ବିଜୟ ସହ ଭାରତ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଏକ ନମ୍ବର ସ୍ଥାନକୁ ଉନ୍ନିତ ହୋଇଛି । ଅନ୍ୟପକ୍ଷରେ ବ୍ରିସବେନରେ ପରାଜୟ ପରେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଖସିଆସିଛି । ରୋମାଞ୍ଚ ଭରା ଗାବା ଟେଷ୍ଟକୁ ଜିତି ଭାରତ ୩୦ ପଏଣ୍ଟ ହାସଲ କରିଛି । ଏହି ବିଜୟ ସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଭାରତ ୪୩୦ ପଏଣ୍ଟ ସହ ପ୍ରଥମ ସ୍ଥାନ ହାସଲ କରିଛି  ।

ଆଇସିସି ଟେଷ୍ଟ ଚାମ୍ପିୟନଶିପରେ ଭାରତ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ୍ ଖେଳି ୯ ବିଜୟ ହାସଲ କରିଥିବା ବେଳେ ୩ଟିରେ ପରାଜିତ ହୋଇଛି । ସେହିପରି ଗୋଟିଏ ମ୍ୟାଚକୁ ଡ୍ର ରଖିଛି । ଟେଷ୍ଟ ଚାମ୍ପିୟନଶିପରେ ନ୍ୟୁଜିଲ୍ୟାଣ୍ଡ ୪୨୦ ପଏଣ୍ଟ ସହ ଦ୍ବିତୀୟ ତାଲିକାରେ ରହିଛି । ଅଷ୍ଟ୍ରେଲିଆ ୩୩୨ ପଏଣ୍ଟ ସହ ତୃତୀୟରେ ରହିଛି ।

Leave A Reply

Your email address will not be published.