Latest Odisha News

BREAKING NEWS

କଂଗ୍ରେସର ବଡ ଦାବି, ଅମ୍ବେଦକରଙ୍କ ମାମଲାରେ ଏକ୍ସ ପଠେଇଛି ନୋଟିସ

ନୂଆଦିଲ୍ଲୀ; ଅମ୍ବେଦକର ମାମଲାକୁ ନେଇ ଦେଖାଦେଇଥିବା ଉତ୍ତେଜନା ଥମିବାର ନାଁ ହେଉନାହିଁ। ଏବେ କଂଗ୍ରେସ ଏନେଇ ଏକ ବଡ ଅଭିଯୋଗ ଆଣିଛି। କଂଗ୍ରେସ କହିଛି ଯେ ସେ ଏହି ମାମଲାରେ ଏକ୍ସ ତରଫରୁ ଏକ ନୋଟିସ ପାଇଛି। ଏହି ନୋଟିସରେ ଅମ୍ବେଦକରଙ୍କୁ ନେଇ ଅମିତ ଶାହାଙ୍କ ବିବୃତ୍ତି ସହ ଜଡିତ ସମସ୍ତ ପୋଷ୍ଟ ହଟାଇବାକୁ କୁହାଯାଇଛି।

କଂଗ୍ରେସର କିଛି ନେତା ଗତକାଲି ଅଭିଯୋଗ କରିଛନ୍ତି ଯେ, ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରୁ ଏକ ନୋଟିସ ପାଇଛନ୍ତି। ଏହି ନୋଟିସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଜଡିତ ସେହି ଭିଡିଓ କ୍ଲିପ୍ ସେୟାର କରିବା ପାଇଁ ମିଳିଛି ଯେଉଁଥିରେ ଗୃହମନ୍ତ୍ରୀ ସମ୍ବିଧାନକୁ ନେଇ ଚାଲିଥିବା ବିତର୍କ ସମୟରେ ଅମ୍ବେଦକରଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି।

ରିପୋର୍ଟ ଅନୁସାରେ, ଏକ୍ସ ଦ୍ୱାରା ପଠାଯାଇଥିବା ନୋଟିସରେ କମ୍ପାନୀ ଗୃହ ମନ୍ତ୍ରଣାଳୟର ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର ଦ୍ୱାରା ପଠାଯାଇଥିବା ନୋଟିସ ବିଷୟରେ ଉଲ୍ଲେଖ କରାଯାଇଛି l ଯେଉଁଥିରେ କମ୍ପାନୀକୁ କୁହାଯାଇଛି ଯେ ସେୟାର ହୋଇଥିବା ବିଷୟବସ୍ତୁ ଭାରତୀୟ ନିୟମକୁ ଉଲ୍ଲଂଘନ କରୁଛି l

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ରାଜ୍ୟସଭାରେ ଅମିତ ଶାହାଙ୍କ ଭାଷଣର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଏହି ଭିଡିଓରେ ଅମିତ ଶାହା ସମ୍ବିଧାନକୁ ନେଇ ଚାଲିଥିବା ବିତର୍କ ସମୟରେ ଅମ୍ବେଦକରଙ୍କ ଉପରେ ମନ୍ତବ୍ୟ ଦେଉଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ଆପତ୍ତି ଉଠାଯାଇଛି, ଯାହା ପରେ ଏକ୍ସ ଏକ ନୋଟିସ୍ ପଠାଇଛି l

ଶାହାଙ୍କ ବିବୃତ୍ତି ପରେ କଂଗ୍ରେସ ଶାହାଙ୍କଠାରୁ କ୍ଷମା ମାଗିବା ସହ ବି.ଆର ଅମ୍ବେଦକରଙ୍କୁ ଅପମାନିତ କରିଥିବାରୁ ଶାହାଙ୍କୁ ପ୍ରଧାନମନ୍ତ୍ରୀ ତାଙ୍କ କ୍ୟାବିନେଟରୁ ବହିଷ୍କାର କରିବା ଉଚିତ ବୋଲି କହିଥିଲେ। ଶାହାଙ୍କ ଏହି ବିବୃତ୍ତି ବିରୋଧରେ ଅନ୍ୟ ବିରୋଧୀ ଦଳ ମଧ୍ୟ ପ୍ରତିବାଦ କରୁଛନ୍ତି । ଯେଉଁଥିପାଇଁ ଗତକାଲି ସଂସଦରେ ହଂଗାମା ଦେଖାଦେଇଛି l ପରିସ୍ଥିତି ଏପରି ହୋଇଥିଲା ଯେ ଉଭୟ ଗୃହ କାର୍ଯ୍ୟକୁ ମୁଲତବୀ ରଖାଯାଇଥିଲା l

Leave A Reply

Your email address will not be published.