ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ତଥା ଷ୍ଟାର କ୍ରିକେଟର ବିରାଟ କୋହଲି ସୋମବାର ଟେଷ୍ଟ ଫର୍ମାଟରୁ ଅବସର ନେଇଛନ୍ତି । ଆଉ ଅବସର ନେବାର ଠିକ୍ ପରେ ଅର୍ଥାତ୍ ଆଜି, ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସେ ବୃନ୍ଦାବନ ଧାମ ଯାତ୍ରା କରି । ସେଠି ସେମାନଙ୍କର ଆଧ୍ୟାତ୍ମିକ ମାର୍ଗଦର୍ଶକ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଛନ୍ତି ଦମ୍ପତି ।
ପୂର୍ବରୁ ମଧ୍ୟ ଦୁଇଥର ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ତାଙ୍କ ସାନିଧ୍ୟ ଲାଭ କରିଛନ୍ତି ବିରାଟ ଅନୁଷ୍କା । ହେଲେ ଏବେ ତାଙ୍କ ଅବର୍ଣ୍ଣନନୀୟ ୧୪ ବର୍ଷର ଟେଷ୍ଟ କ୍ୟାରିୟରରୁ ସେ ସନ୍ୟାସ ଗ୍ରହଣ କରିବାର ପରଦିନ ଆଜି ସିଧା ମହାରାଜଙ୍କୁ ଭେଟିଛନ୍ତି ବିରାଟ । ଜୀବନର ଏକ ଅଧ୍ୟାୟରୁ ବିରାଟ ବିରତି ନେବା ପରେ ମହାରାଜଙ୍କ ଆର୍ଶିବାଦ ଲୋଡିଛନ୍ତି ।
ସୋମବାର ଟେଷ୍ଟରୁ ବିଦାୟ ନେଇଥିଲେ ବିରାଟ । ମେ ୧୨ରେ ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଭାବୁକ କ୍ୟାପସନ ଲେଖି ଟେଷ୍ଟ ମ୍ୟାଚକୁ ସବୁଦିନ ପାଇଁ ବାଏ ବାଏ କହିଛନ୍ତି । ଟେଷ୍ଟ କ୍ରିକେଟରେ ମୁଁ ପ୍ରଥମେ ବ୍ୟାଗି ବ୍ଲୁ ପିନ୍ଧିବାର ୧୪ ବର୍ଷ ହୋଇଗଲାଣି। ସତ କହିବାକୁ ଗଲେ, ଏହି ଫର୍ମାଟ୍ ମୋତେ କେଉଁ ଯାତ୍ରାରେ ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଏହା ମୋତେ ପରୀକ୍ଷା କରିଛି, ମୋତେ ଗଢିଛି ଏବଂ ଜୀବନ ସାରା ମୁଁ ଯାହା ଶିଖାଇଛି ତାହା ଶିଖିଛି । ଧଳା ରଙ୍ଗରେ ଖେଳିବା ବିଷୟରେ କିଛି ଗଭୀର ବ୍ୟକ୍ତିଗତ କଥା ଅଛି। ନୀରବ ପିନ୍ଧା, ଲମ୍ବା ଦିନ, ଛୋଟ ମୁହୂର୍ତ୍ତ ଯାହାକୁ କେହି ଦେଖନ୍ତି ନାହିଁ କିନ୍ତୁ ତାହା ସବୁଦିନ ପାଇଁ ଆପଣଙ୍କ ସହିତ ରହିଥାଏ । ଆଉ ଆଜି ଯେତେବେଳେ ଏହି ଫର୍ମାଟରୁ ମୁଁ ଓହରିଯାଉଛି, ଏହା ସହଜ ନୁହେଁ । କିନ୍ତୁ ଏହା ଠିକ୍ ବୋଲି ଅନୁଭବ କରିଛନ୍ତି ବିରାଟ । ମୁଁ ଏହାକୁ ମୋର ସବୁକିଛି ଦେଇଛି ଏବଂ ଏହା ମୋତେ ଆଶା ଠାରୁ ବି ବହୁତ ଅଧିକ ଫେରାଇ ଦେଇଛି । ମୁଁ କୃତଜ୍ଞତାରେ ପୂର୍ଣ୍ଣ ହୃଦୟ ସହିତ ବିଦାୟ ନେଉଛି । ଖେଳ ପାଇଁ, ମୁଁ ଯେଉଁମାନଙ୍କ ସହିତ ଫିଲ୍ଡ ସେୟାର କରିଥିଲି ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଯେଉଁମାନେ ମୋତେ ଏହି ରାସ୍ତାରେ କିଛି କରିଥିବାର ଅନୁଭବ କରାଇଥିଲେ । ମୁଁ ସର୍ବଦା ହସ ସହିତ ମୋର ଟେଷ୍ଟ କ୍ୟାରିୟରକୁ ପଛକୁ ଚାହିଁବି ବୋଲି ନିଜ ହୃଦୟସ୍ପର୍ଶୀ ପୋଷ୍ଟରେ ଲେଖିଥିଲେ ବିରାଟ ।
ତେବେ କ୍ରିକେଟର ସବୁଠାରୁ ଦୀର୍ଘ ଫର୍ମାଟରେ ଏକ ଉଲ୍ଲେଖନୀୟ ୧୪ ବର୍ଷର କ୍ୟାରିୟରର ଆଜି ଅନ୍ତ ଘଟାଇଛନ୍ତି ବିରାଟ । କୋହଲି ଟେଷ୍ଟ କ୍ରିକେଟରେ ଭାରତର ଚତୁର୍ଥ ସର୍ବାଧିକ ରନ ସ୍କୋରର ଭାବରେ ଅବସର ନେଇଛନ୍ତି । ୨୦୧୧ ରେ ଭାରତର ଓଡିଆଇ ବିଶ୍ୱକପ୍ ବିଜୟୀ ଦଳରେ ସାମିଲ ହେବାର ମାତ୍ର ଦୁଇ ମାସ ପରେ ସେ ଜାମାଇକାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ । ଏହି ଫର୍ମାଟରେ ତାଙ୍କର ଶେଷ ପ୍ରଦର୍ଶନ ଜାନୁଆରୀରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ନୂତନ ବର୍ଷର ଟେଷ୍ଟ ସମୟରେ ହୋଇଥିଲା । ୧୨୩ ଟେଷ୍ଟରେ, କୋହଲି ୪୬.୮୫ ହାରରେ ୯,୨୩୦ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ୨୧୦ ଇନିଂସରେ ୩୦ ଶତକ ଏବଂ ୩୧ ଅର୍ଦ୍ଧଶତକ ସାମିଲ ରହିଛି । ତାଙ୍କର ସର୍ବାଧିକ ସ୍କୋର, ଅପରାଜିତ ୨୫୪ – ୨୦୧୯ରେ ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରହିଥିଲା । ଏଥିସହିତ ଟେଷ୍ଟ ଅଧିନାୟକ ଭାବରେ, ସେ ୭ଟି ଦ୍ୱିଶତକ ସହିତ ଏକ ରେକର୍ଡ ସ୍ଥାପନ କରିଥିଲେ ।
Comments are closed.