Latest Odisha News

BREAKING NEWS

ମ୍ୟାନମାରରେ ସେନାର ନୃଶଂସ ପଣିଆ, ଗୁଳିମାଡରେ ୯୧ ପ୍ରଦର୍ଶନକାରୀଙ୍କ ମୃତ୍ୟୁ

ନାଇପିଟୱା: ମ୍ୟାନମାର ମାଟି ଆଜି ପ୍ରଦର୍ଶନକାରୀଙ୍କ ରକ୍ତରେ ଲାଲ ହୋଇଛି । ଜବରଦସ୍ତ ସରକାର ହାତମୁଠାକୁ ନେଇଥିବା ସେନାର ନୃଶଂସ ପଣିଆ ଚରମସୀମାରେ ପଂହଚିଛି । ସେନାର ଦମନ ନୀତିକୁ ଶାନ୍ତିପୂର୍ଣ୍ଣ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା । ଏଥିରେ ୯୧ଜଣଙ୍କ ମୃତ୍ୟୁ ଘଟିଛି ।

ୟେଙ୍ଗୁନ, ମାଣ୍ଡଲେ ଏବଂ ଅନ୍ୟ ସହରରେ ପ୍ରଦର୍ଶନକାରୀମାନେ ରାଲି କରୁଥିବା ବେଳେ ତାଙ୍କ ଉପରେ ଏହି ଆକ୍ରମଣ କରା ଯାଇଥିଲା । ଶନିବାର ଆର୍ମଡ ଫୋର୍ସ ଡେ ସେନା ପାଳନ କରୁଥିଲା । ରିପୋର୍ଟ ମୁତାବକ ଗଣତାନ୍ତ୍ରିକ ବିଧିରେ ନିର୍ବାଚିତ ସରକାରଙ୍କୁ ଥଇଥାନ କରିବା ପାଇଁ ବିକ୍ଷୋଭକାରୀମାନେ ଦାବୀ କରୁଛନ୍ତି । ସେନାର ଏହି ଦମନ ନୀତିକୁ ବିଭିନ୍ନ ଦେଶ ପକ୍ଷରୁ କଡା ନିନ୍ଦା କରାଯାଇଛି ।

Leave A Reply

Your email address will not be published.