Latest Odisha News

BREAKING NEWS

ରାଜଧାନୀରେ ତାତି ୪୦ ଟପିଲା, ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର:କାଲିଠୁ ଆଜିର ତାତି ବଢିଲା । ଝାରସୁଗୁଡା, ଭୁବନେଶ୍ୱର ଏବଂ ସମ୍ବଲପୁରରେ ଆଜି ପାରଦ ୪୦ ଡିଗ୍ରୀ ଟପିଛି । ଆଜି ବି ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ମଙ୍ଗଳବାର ସାଢେ ୨ଟା ସୁଦ୍ଧା ରାଜ୍ୟର ସବୁଠୁ ଉତପ୍ତ ସହର ଥିଲା ଝାରସୁଗୁଡା । ଏହି ସମୟ ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୦. ୬ ଡିଗ୍ରୀ ଥିବାବେଳେ ଭୁବନେଶ୍ୱରରେ ଥିଲା ୪୦.୬. ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ରାଜ୍ୟର ଅନ୍ୟସ୍ଥାନମାନଙ୍କରେ  ତାପମାତ୍ର ୩୫ ଡିଗ୍ରୀ ଉପରେ ରହିଛି । ହୀରାକୁଦରେ ୩୯.୧ ଡିଗ୍ରୀ ତାପମାତ୍ରା ଥିବାବେଳେ ଚାନ୍ଦବାଲିରେ ୩୮.୪ ଡ଼ିଗ୍ରୀ,  ବାଲେଶ୍ୱରରେ ୩୭ .୪ ଡ଼ିଗ୍ରୀ,  କେନ୍ଦୁଝରରେ ୩୭ .୪ ଡ଼ିଗ୍ରୀ,  ପୁରୀରେ ୩୪.୨ଡ଼ିଗ୍ରୀ,  ଗୋପାଳପୁରରେ ୩୩.୮ଡ଼ିଗ୍ରୀ ଏବଂ ପାରାଦୀପ: ୩୨.୨ଡ଼ିଗ୍ରୀ ସେଲସିୟସ ରହିଛି ।

ରାଜଧାନୀରେ ଆଜି ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୯ ଡିଗ୍ରୀ ପାର କରି ସାରିଥିଲା । ଏଥିସହିତ ଦିନର ତାପମାତ୍ରା ଆଗାମୀ ଦିନରେ ଆହୁରି ବଢିବ ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୩ରୁ ୪ ଡିଗ୍ରୀ ବଢିବାର  ସମ୍ଭାବନା ରହିଛି । ଏ ନେଇ ୧୩ରୁ ୧୫ ତାରିଖ ଯାଏ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ଚେତାବନୀ ଦିଆ ଯାଇଛି ।

 

Leave A Reply

Your email address will not be published.