Latest Odisha News

BREAKING NEWS

ପୁଣି ଆରମ୍ଭ ହେଲା ବର୍ଷା ଓ ଅନୁଭବଙ୍କ ଭିତରେ ଆରୋପ-ପ୍ରତ୍ୟାରୋପ !

ମିଛ ଅପପ୍ରଚାର ହେଉଛି ଯଦି ତାହା ବିରୁଦ୍ଧରେ ଆପଣ ଓ ସମସ୍ତେ ନିହାତି ମୁହଁ ଖୋଲିବା ଦରକାର । ମୁଁ ମଧ୍ୟ ଏ ବିଷୟରେ ଏକମତ । ସେଥିପାଇଁ ଦୟାକରି ଏଇ କିଛି ସରକାରୀ ଦସ୍ତାବିଜ ବିରୁଦ୍ଧରେ ମୁହଁ ଖୋଲନ୍ତୁ । ଆଣପଙ୍କ ଜବାବର ଅପେକ୍ଷାରେ ମୁଁ ଆଉ ଓଡି଼ଶାବାସୀ । ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ । କିଛି ଏଭଳି ଟ୍ବିଟ କରି ପତ୍ନୀ ବର୍ଷାଙ୍କଠାରୁ ଉତ୍ତର ଅପେକ୍ଷାରେ ସାଂସଦ ଅନୁଭବ ମହାନ୍ତି । କିଛି ଦିନର ନିରବତା ପରେ ପୁଣି ଆଗକୁ ଆସିଛି ଏହି ସେଲିବ୍ରିଟି ଯୋଡିଙ୍କ ପାରିବାରିକ ବିବାଦ ।

ସୂଚନାଯୋଗ୍ୟ, ନିକଟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଅଷ୍ଟମ ବସନ୍ତ ଉତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଯୋଗଦେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜର ବକ୍ତବ୍ୟ ରଖିଥିଲେ। ଆଉ ନିଜ ଅଭିଭାଷଣରେ ନିଜକୁ ପୀଡ଼ିତା ବୋଲି କହିଥିଲେ ବର୍ଷା । ଏଥିସହ କହିଥିଲେ, ସେ ମିଥ୍ୟା ଅପପ୍ରଚାର ଶିକାର ହୋଇଛନ୍ତି। ଅନେକ ଭିତ୍ତିହୀନ ଆଲୋଚନା ଥିବାରୁ ସେ ପ୍ରତିକ୍ରିୟା ରଖିପାରିନାହାନ୍ତି ବୋଲି କହିବା ସହିତ ନକରାତ୍ମକ ଦିଗକୁ ସେ ଗ୍ରହଣ କରନ୍ତି ନାହିଁ ବୋଲି ବର୍ଷା କହିଛନ୍ତି।

ଅନୁଭବଙ୍କ ନାଁ ନ ନେଇ ବର୍ଷା କହିଥିଲେ ଯେ, ଯେକୌଣସି ସମୟରେ ବାତ୍ୟା ଆସିପାରେ ଏବଂ କାହାର ଜୀବନ ବଦଳାଇ ଦେଇପାରେ। କଠିନ ସମୟରେ ଧୈର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ବର୍ଷା ଏବଂ ଛାତ୍ରୀଙ୍କୁ ସକାରାତ୍ମକ ରହିବା ଏବଂ ଭଲ ସମୟ ଆସିବା ଯାଏ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ। କେବଳ ଏତିକି ନୁହେଁ, ନିଜର ସୋସିଆଲ ମିଡିଆ ଆକ୍ଟିଭିଟି ଏବଂ ପ୍ରଦର୍ଶନ ପାଇଁ ତାଙ୍କୁ ସମାଲୋଚନା କରୁଥିବା ଟ୍ରୋଲର୍ସଙ୍କ ବିଷୟରେ ବର୍ଷା କହିଥିଲେ ଯେ, ସେ ନିଜ ଫ୍ୟାନଙ୍କୁ ଅପଡେଟ୍ ରଖିବା ପାଇଁ ନିଜର ସାମାଜିକ କାର୍ଯ୍ୟ ବିଷୟରେ ସୋଶିଆଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କରିଥିଲେ, କିନ୍ତୁ କିଛି ଲୋକ ତାଙ୍କୁ ରାଜନୈତିକ ଫାଇଦା ପାଇଁ ଏପରି କରୁଥିବା ଅଭିଯୋଗ କରିଛନ୍ତି। ବର୍ଷାଙ୍କର ଏହି ଅଭିଭାଷଣ ପରେ ଅନୁଭବଙ୍କ ଟ୍ବିଟ୍, ପୁଣିଥିରେ ଉଭୟଙ୍କ ଭିତରେ ଥିବା ପାରିବାରିକ ବିବାଦ ଓ ମନୋମାଳିନ୍ୟକୁ ଅଧିକ ଜଟିଳ କରିଦେଇଛି ।

Leave A Reply

Your email address will not be published.