ବିଶାଖପଟନମ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଜବରଦସ୍ତ ଫର୍ମରେ ରହି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଏଠାରେ ରବିବାର ଖେଳାଯାଇଥିବା ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ସହଜରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୮.୪ ଓଭରରେ ୧୬୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଅନିକେତ ବର୍ମା ୪୧ ବଲରେ ଦ୍ରୁତ ୭୪ ରନ କରିଥିଲେ । ମିଚେଲ ଷ୍ଟାର୍କ ଚମତ୍କାର ବୋଲିଂ କରି ୫ଟି ୱିକେଟ ନେଇଥିବା ବେଳେ କୂଲଦୀପ ଯାଦବ ୩ଟି ୱିକେଟ ହାସଲ କରିଥିଲେ ।
୧୬୪ ରନର ଲକ୍ଷ୍ୟକୁ ଦିଲ୍ଲୀ ୧୬ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଫାପ ଡୁ ପ୍ଲେସି ୫୦, ଜ୍ୟାକ ଫେଜର ମ୍ୟାଗର୍କ ୩୮ ଓ କେଏଲ ରାହୁଲ ୧୫ ରନ କରିଥିଲେ । ଅଭିଷେକ ପୋରେଲ ୩୪ ଓ ଟ୍ରିଷ୍ଟନ ଷ୍ଟବ୍ସ ୨୧ ରନ କରି ଅପରାଜିତ ରହିଥିଲେ । ବିପକ୍ଷ ଦଳର ଜୀଶନ ଅନ୍ସାରୀ ୩ଟି ୱିକେଟ ନେଇଥିଲେ । ପଂଏଟ ଟେବୁଲରେ ଏବେ ଆରସିବି ପ୍ରଥମ ଓ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଛି ।
Comments are closed.