Latest Odisha News

୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ କର୍ବେଭ୍ୟାକ୍ସ ଦେବାକୁ ଅନୁମତି

ନୂଆଦିଲ୍ଲୀ: କରୋନାକୁ ନେଇ ଖୁସୀ ଖବର । ଏଣିକି ଆଉ ଚିନ୍ତା କରିବାକୁ ପଡ଼ିବନି ଛୋଟ ପିଲାଙ୍କ ପାଇଁ । ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ କର୍ବେଭ୍ୟାକ୍ସ ଦେବାକୁ ଅନୁମତି ଦେଇଛନ୍ତି ଭାରତୀୟ ଓଷଧ ମହାନିୟନ୍ତ୍ରକ (ଡିସିଜିଆଇ) ।

ଭାରତରେ ୧୫ରୁ ୧୮ ବର୍ଷ ବୟସର କିଶୋରମାନଙ୍କ ପାଇଁ ବାୟୋଟେକ କୋଭାକ୍ସିନ ଅନୁମୋଦନ ହୋଇ ସାରିଛି । ବିଶ୍ୱର ସବୁଠାରୁ ବଡ଼ ଟୀକା ଉତ୍ପାଦନକାରୀ ବାୟୋଲୋଜିକାଲ ଇ ଲିମିଟେଡ ସୋମବାର କର୍ବେଭ୍ୟାକ୍ସ ଡିସିଜିଆଇରୁ ଅନୁମୋଦନ ଲାଭ କରିଛି ବୋଲି ଘୋଷଣା କରିଛି । ଏନେଇ ଏକ ଏଏନଆଇ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ସୂଚନା ଥାଉକି, ଗତବର୍ଷ କର୍ବେଭ୍ୟାକ୍ସ ଟିକାକୁ ଅନୁମତି ଦେଇଥିଲେ ବି ଟିକାର ଅନ୍ତିମ ଅନୁମତିକୁ ଅପେକ୍ଷା କରାଯାଇଥିଲା। ହେଲେ ଆଜି ଡିସିଜିଆର ଅନ୍ତିମ ମଞ୍ଜୁରୀ ମିଳିଯାଇଛି। ଏହି ଟିକାର ୫ କୋଟି ଡୋଜ୍ ପାଇଁ କେନ୍ଦ୍ର ସରକାର ଅର୍ଡର ଦେଇଛନ୍ତି। ଟିକାର ପ୍ରତ୍ୟେକ ଡୋଜ୍ର ଦାମ ୧୪୫ ଟଙ୍କା ରହିବ। ଗତ ବର୍ଷ ଡିସେମ୍ବର ମାସରେ ହାଇଦ୍ରାବାଦର ବାୟୋଲୋଜିକାଲ ଇ. ଲିମିଟେଡ୍ କମ୍ପାନୀର କର୍ବେଭ୍ୟାକ୍ସ ଟିକାକୁ ପରୀକ୍ଷଣ ପାଇଁ ଅନୁମତି ମିଳିଥିଲା।

Comments are closed.