Latest Odisha News

BREAKING NEWS

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ: ବିନା ଦର୍ଶକରେ ଖେଳାଯିବ ପ୍ରଥମ ମ୍ୟାଚ

ଲକ୍ଷ୍ନୌ: ଭାରତ-ଶ୍ରୀଲଙ୍କା ଟି୨୦ କ୍ରିକେଟ ସିରିଜ ଫେବୃୟାରୀ ୨୪ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ ବିନା ଦର୍ଶକରେ ଖେଳାଯିବ । ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ବିନା ଦର୍ଶକରେ ଏହି ମ୍ୟାଚ ଖେଳାଯିବ । କରୋନା ଭାଇରସ ବିପଦକୁ ଦେଖି ଏହି ନିଷ୍ପତି ନିଆଯାଇଛି । ଏହା ପରେ ଧର୍ମଶାଳାରେ ଖେଳାଯିବାକୁ ଥିବା ୨ୟ ଏବଂ ୩ୟ ଟି୨୦ ମୁକାବିଲାରେ ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଉପଭୋଗ କରିବା ପାଇଁ ସୁଯୋଗ ମିଳିବ । ଏହି ୨ଟି ମ୍ୟାଚ ଯଥାକ୍ରମେ ୨୬ ଓ ୨୭ ଫେବୃୟାରୀରେ ଖେଳାଯିବ ।

ଶନିବାରଠାରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ୭୫୦ ଟଙ୍କା ମୂଲ୍ୟର ସମସ୍ତ ଟିକେଟ ଆଗୁଆ ବିକ୍ରି ହୋଇଯାଇଛି । ଖେଳାଳିମାନେ ୨ ଦିନ କ୍ୱାରେଂଟାଇନରେ ରହିବେ । ସୋମବାର ଟିମ ଇଣ୍ଡିଆ ଲକ୍ଷ୍ନୌରେ ପଂହଚିଯାଇଛି ।

Comments are closed, but trackbacks and pingbacks are open.