Latest Odisha News

BREAKING NEWS

ମାଓବାଦୀଙ୍କ ଆକ୍ରମଣରେ ଓଡିଶା ଦୂରଦର୍ଶନ କ୍ୟାମେରାମ୍ୟାନଙ୍କ ମୃତ୍ୟୁ

ଦନ୍ତେୱାଡା/ଓଡିଶା : ଛତିଶଗଡ ବିଧାନସଭା ନିର୍ବାଚନକୁ ୧୫ ଦିନରୁ କମରୁ ସମୟ ରହିଥିବାବେଳେ ଆଜି ଦନ୍ତେୱାଡାରେ ମାଓବାଦୀଙ୍କ ଆକ୍ରମଣରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନଙ୍କ ସମେତ ୨ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ।

ମୃତ ଦୂରଦର୍ଶନର କ୍ୟାମରୋମ୍ୟାନ ଜଣଙ୍କ ଅଚ୍ୟୁତାନନ୍ଦ ସାହୁ ହୋଇଥିବାବେଳେ ତାଙ୍କ ଘର ବଲାଙ୍ଗୀର ଜିଲ୍ଲାର ଲାଇସିଙ୍ଗା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଛତିଶଗଡରେ ଆଗାମୀ ନଭେମ୍ବର ୧୨ ଓ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଦୂରଦର୍ଶନର ଏକ ଟିମ ନିର୍ବାଚନୀ କଭରେଜ୍ ପାଇଁ ସେଠାକୁ ଯାଇଥିଲେ । ଏଥିସହିତ ମାଓପ୍ରବଣ ଅଞ୍ଚଳକୁ ସୁରକ୍ଷାକର୍ମୀଙ୍କ ଗସ୍ତ ବେଳେ ଏହି ମିଡିଆ ଟିମ ମଧ୍ୟ ସେମାନଙ୍କ ସହିତ ଗସ୍ତରେ ଥିଲେ ବୋଲି କହିଛନ୍ତି ପି ସୁନ୍ଦର ରାଜ, ଡିଆଇଜି ଏକ ସାକ୍ଷାତକାରରେ କହିଛନ୍ତି ।

ପାଖାପାଖି ତିନିଦିନ ପୂର୍ବରୁ ମାଓବାଦୀମାନେ ପଡୋଶୀ ରାଜ୍ୟ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏକ ବୁଲେଟ ପ୍ରୁଫ୍ ଗାଡିକୁ ଉଡାଇଦେଇଥିଲେ । ତେବେ ଏହି ଘଟଣାରେ ୪ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିବା ନେଇ ସୂଚନା ମିଳିଥିଲା ।

Leave A Reply

Your email address will not be published.