ଭୁବନେଶ୍ୱର: ଏଣିକି ଦୂରଦର୍ଶନ ଜରିଆରେ ପାଠ ପଢ଼ିବେ ଦଶମ ଶ୍ରେଣୀ ପିଲା । କରୋନା ପାଇଁ ଲକ୍ଡାଉନ୍ ଜାରି ରହିଥିବାରୁ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଦୂରଦର୍ଶନର ସହାୟତା ନିଆଯିବ। ଲକ୍ଡାଉନ ସମୟରେ ଦୂରଦର୍ଶନ ଜରିଆରେ ଦଶମ ପାଠ ପଢାଯିବ ବୋଲି ନିଷ୍ପତ୍ତି ହୋଇଛି । ଏଥିପାଇଁ ଡିଡି ଓଡ଼ିଆରେ ଦଶମ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଅନ୍ଲାଇନ୍ ଏଡୁସାଟ କ୍ଲାସର ରେକର୍ଡ ଭିଡିଓ ପ୍ରସାରିତ ହେବ ।
ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦିନକୁ ଦୁଇ ଥର ସୋମବାରରୁ ଶୁକ୍ରବାର ଦିନ ୧୧ଟାରୁ ୧୨ ଟା ଓ ଦିନ ୩ଟା୩୦ରୁ ୪ଟା ୩୦ରେ ପ୍ରସାରିତ ହେବ । ଗଣିତ , ଇଂରାଜୀ,ଭୂଗୋଳ, ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ପାଠ୍ୟକ୍ରମ ପ୍ରସାରଣ କରାଯିବ । ଏହାଛଡା ଅନ୍ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଳାଇନ ଶିକ୍ଷା ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ର ମଧୁ ଓ ଦୀକ୍ଷା ଆପ ଜରିଆରେ ପାଠ ପଢିପାରିବେ । ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ ଅଥରିଟି-ଓସେପା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.