Latest Odisha News

BREAKING NEWS

ଅଜୟ ଦେବଗାନ, ରକୂଲଙ୍କ ଦେଦେ ପ୍ୟାର ଦେ ୨ ଏହି ତାରିଖରେ ରିଲିଜ ହେବ

ମୁମ୍ବାଇ: ଅଜୟ ଦେବଗାନ ଓ ରକୂଲ ପ୍ରୀତି ସିଂ ଅଭିନୀତ ଦେଦେ ପ୍ୟାର ଦେ ୨ର ରିଲିଜ ତାରିଖ ସମ୍ମୁଖକୁ ଆସିଛି । ରୋମାନ୍ସ, କମେଡୀ ଓ ଫ୍ୟାମିଲା ଡ୍ରାମରେ ଭରପୂର ଏହି ଫିଲ୍ମ ୧୪ ନଭେମ୍ବର ୨୦୨୫ରେ ରିଲିଜ ହେବ । ଫିଲ୍ମର ଫାର୍ଷ୍ଟ ଲୁକ ମୋଶନ ପୋଷ୍ଟର ଇତି ମଧ୍ୟରେ ରିଲିଜ ହୋଇଛି । ଏଥିରେ ଅଜୟ, ରକୁଲ ଓ ଜାଭେଦ ଜାଫରୀଙ୍କୁ ଦେଖିବାକୁ ମିଳିଛି । ଏଥର କାହାଣୀରେ ନୂଆ ଟୁଇଷ୍ଟ ପାଇଁ ଆର.ମାଧବନ, ମୀଜାନ ଜାଫରୀ, ଗୌତମୀ କାପୁର ଓ ଈଶିତା ଦତାଙ୍କୁ ଷ୍ଟାର କାଷ୍ଟରେ ସାମିଲ କରାଯାଇଛି । ଫିଲ୍ମରେ ଆୟଶା (ରକୂଲପ୍ରୀତ)ଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ଆଶୀଷଙ୍କ ଭୂମିକା କରୁଥିବା ଅଜୟ ତାଙ୍କ ଘରକୁ ଯାଇଛନ୍ତି ।

ଦର୍ଶକମାନେ ନୂଆ ଧରଣର ପ୍ରେମ କାହାଣୀ ଦେଖିବାକୁ ପାଇବେ ବୋଲି ମେକର୍ସଙ୍କ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଦେ ଦେ ପ୍ୟାର ଦେ ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଅଂଶୁଲ ଶର୍ମା ଫିଲ୍ମର ନିର୍ଦ୍ଦେଶନା ଦେବେ । ଲଭ ରଞ୍ଜନ ଓ ଅଙ୍କୁର ଗର୍ଗଙ୍କ ଲଭ ଫିଲ୍ମସ ଏବଂ ଭୂଷଣ କୁମାର, କୃଷ୍ଣ କୁମାରଙ୍କ ଟି ସିରିଜ ମିଳିତ ଭାବେ ଏହାକୁ ନିର୍ମାଣ କରୁଛନ୍ତି ।

Comments are closed.