Latest Odisha News

BREAKING NEWS

କୋହଲି, ଗେଲ କିମ୍ବା ଧୋନୀ ନୁହେଁ, ଆସନ୍ତୁ ଜାଣିବା ଡିଭିଲର୍ସଙ୍କ ଶ୍ରେଷ୍ଠ ଟି୨୦ ଖେଳାଳି କିଏ ?

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲର୍ସଙ୍କୁ ସର୍ବଦା ଏକ ମହାନ କ୍ରିକେଟର ଭାବେ ବିବେଚନା କରାଯାଏ । ଟେଷ୍ଟ, ଦିନିକିଆ ଏବଂ ଟି୨୦ରେ ସେ ତାଙ୍କ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରି ପାରିଛନ୍ତି । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ସେ ଅନେକଗୁଡିଏ ଆକର୍ଷଣୀୟ ଇନିଂସ ଖେଳି ସାରିଛନ୍ତି । ତେବେ ଟି୨୦ କ୍ରିକେଟର ଶ୍ରେଷ୍ଠ ଖେଳାଳି କିଏ ବୋଲି ତାଙ୍କୁ ପଚରାଯିବାରୁ ସେ ଯାହାଙ୍କ ନାମ ନେଲେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଡିଭିଲର୍ସ ଟି୨୦ର ଶ୍ରେଷ୍ଠ ଖେଳାଳି ଭାବେ ବିରାଟ କୋହଲି, କ୍ରିସ ଗେଲ କିମ୍ବା ମହେନ୍ଦ୍ର ସିଂ ଧୋନୀଙ୍କ ନାମ ନେଇ ନ ଥିଲେ । ତାଙ୍କ ମତରେ ରଶିଦ ଖାଁ ହେଉଛନ୍ତି ପ୍ରକୃତ ଟି୨୦ ଷ୍ଟାର । ସେ ଉଭୟ ବ୍ୟାଟ ଏବଂ ବଲରେ କମାଲ କରନ୍ତି । ପଡିଆରେ ସେ ହାରିବାକୁ ପସନ୍ଦ କରନ୍ତି ନାହିଁ ।

ଆଫଗାନିସ୍ତାନର ଏହି ଅଲରାଉଣ୍ଡର ଜଣଙ୍କ ପ୍ରାୟ ସମସ୍ତ ଟି୨୦ ଲିଗରେ ଖେଳି ସାରିଛନ୍ତି । ରଶିଦ ୭୭ ମ୍ୟାଚରୁ ୧୨୬ ୱିକେଟ ଅକ୍ତିଆର କରିଛନ୍ତି । କ୍ୟାରିୟର ଆରମ୍ଭରେ ସେ ବଡ ଟିମ ବିପକ୍ଷରେ ଖେଳିବା ସୁଯୋଗ ପାଇ ନ ଥିଲେ ମଧ୍ୟ ବ୍ୟକ୍ତିଗତ ପ୍ରଦର୍ଶନ ବଳରେ ସମସ୍ତଙ୍କ ଆକୃଷ୍ଟ କରି ପାରିଛନ୍ତି ।

Leave A Reply

Your email address will not be published.