Latest Odisha News

ଧରା ପଡିଲା ପାକିସ୍ତାନର ଆଉ ଏକ ମିଛ : ହଠାତ ବଂଚିଗଲେ ମୃତ ଆତଙ୍କବାଦୀ ସାଜିଦ ମୀର

ଲାହୋର: ପାକିସ୍ତାନର ଆଉ ଏକ ମିଛ ଆଜି ପୁନର୍ବାର ଧରା ପଡିଛି । ୨୬/୧୧ ମୁମ୍ବାଇ ଆକ୍ରମଣର ପ୍ରମୁଖ ଦୋଷୀ ମଧ୍ୟରେ ମୀର ରହିଥିଲା । ଆମେରିକାର ଏଫବିଆଇ ମୀରକୁ ମୋଷ୍ଟ ୱାଟେଂଡ ଆତଙ୍କବାଦୀ ଘୋଷଣା କରି ସାରିଛି । ମୁମ୍ବାଇ ବିସ୍ଫୋରଣରେ ୧୬୬ ଲୋକଙ୍କ ମୃତ୍ୟୁ ଘଟିଥିଲା । ୫ ମିଲିୟନ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ଆତଙ୍କବାଦୀକୁ ପାକିସ୍ତାନର ଶରଣ ମିଳିଥିଲା । ଏପରିକି ମୀର ମରି ଯାଇଥିବା ପାକିସ୍ତାନ ପକ୍ଷରୁ କୁହାଯାଇଥିଲା । ଏଫଏଟିଏଫ ଆଗରେ ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ପ୍ରମାଣ କରିବା ପାଇଁ ପାକିସ୍ତାନ ହଠାତ ମୀରକୁ ଗିରଫ କରି ବାହା ବାଃ ନେବା ପାଇଁ ଚାହିଁଥିଲା ।

BjdElectrycity

ଲଶ୍ମର ଇ ତୋଇବାର ଆତଙ୍କୀ ଏତେ ଦିନ ଧରି କିପରି ପାକିସ୍ତାନରେ ରହିଥିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୁମ୍ବାଇ ବିସ୍ଫୋରଣରେ ଆମେରିକାର କେତେକ ନାଗରିକ ମୃତ୍ୟୁବରଣ କରିଥିଲେ । ଏହା ବ୍ୟତୀତ ସେ ପାକିସ୍ତାନରେ ରହି ଅନେକଗୁଡିଏ ଆତଙ୍କବାଦୀ ଆକ୍ରମଣ ପଛର ମାଷ୍ଟର ମାଇଣ୍ଡ ଥିଲା । ପାକିସ୍ତାନ ଆତଙ୍କବାଦୀଙ୍କୁ ସହାୟତା ଯୋଗାଇ ଆସୁଥିବା ଭାରତ ବାରମ୍ବାର ଆନ୍ତର୍ଜାତୀୟସ୍ତରରେ କଥା ଉଠାଇ ଆସୁଛି । ମୀରଙ୍କ ଘଟଣା ପରେ ପାକିସ୍ତାନ ପୁନର୍ବାର ଅବିଶ୍ୱାସର ପାତ୍ର ହୋଇଛି ।

Leave A Reply

Your email address will not be published.