Latest Odisha News

BREAKING NEWS

୧୮ ବର୍ଷ ପରେ ଅର୍ଦ୍ଧ ଚନ୍ଦ୍ରାକୃତିରେ ଦେଖାଯିବେ ୫ ଗ୍ରହ

ନୂଆଦିଲ୍ଲୀ: ମହାକାଶରେ ଆଜି ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ୧୮ ବର୍ଷ ପରେ ଶୁକ୍ରବାର ରାତିରୁ ଅର୍ଦ୍ଧ ଚନ୍ଦ୍ରାକୃତିରେ ମହାକାଶରେ ଦେଖାଯିବେ ୫ ଗ୍ରହ । ଏହି ଗ୍ରହଗୁଡିକ ହେଲେ ବୁଧ, ଶୁକ୍ର, ମଙ୍ଗଳ, ବୃହଷ୍ପତି ଓ ଶନି । ୨୦୦୪ରେ ଶେଷଥର ଏହି ଗ୍ରହକୁ ଏକତ୍ର ଦେଖା ଯାଇ ପାରିଥିଲା । ସୂର୍ଯ୍ୟଙ୍କ ପ୍ରଖର କିରଣରେ ପ୍ରାୟତଃ ଲୁଚି ଯାଉଥିବା ବୁଧ ଗ୍ରହକୁ ଦେଖିହେବ । ଏହା ପରେ ଏହି ଗ୍ରହଗୁଡିକ ୨୦୪୦ରେ ପୁନର୍ବାର ଏକତ୍ର ଦେଖାଯିବେ । ଶୁକ୍ରବାର ରାତିରୁ ଆରମ୍ଭ ହେବାକୁ ଥିବା ଏହି ମହାଜାଗତିକ ଦୃଶ୍ୟ ବିଭିନ୍ନ ସ୍ଥାନ ଅନୁସାରେ ସୋମବାର ପର୍ଯ୍ୟନ୍ତ ଦେଖାଯିବ ।

ସୂର୍ଯ୍ୟଙ୍କଠାରୁ ଦୂରତା ଅନୁସାରେ ଗ୍ରହଗୁଡିକ କ୍ରମାନ୍ୱୟରେ ଦେଖାଯିବେ । ୨୪ ଜୁନ ସକାଳ ୩ଟା୩୯ରୁ ୨୭ ଜୁନ ୪ଟା୪୩ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେବେ । ସ୍କାଏ ସଫାରୀ, ସ୍କାଏ ୱାଚିଂ ପରି ଆପଗୁଡିକ ଏହାର ସିଧା ପ୍ରସାରଣ କରୁଛନ୍ତି ।

Leave A Reply

Your email address will not be published.