ଭଦ୍ରକ:ମଶାଣିରୁ ଗାଏବ ହେଲା ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଭଣ୍ଡାରିପୋଖରୀ ଥାନା ଅଧୀନରେ ଥିବା ମଣିନାଥପୁର ଅଞ୍ଚଳରେ । ମଣିନାଥପୁର ଗାଁର ଶ୍ରୀମନ୍ତ ସାମଲଙ୍କ ସ୍ତ୍ରୀ ରୁକ୍ମଣୀ ସାମଲଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ନେଇ ବୈତରଣୀ ନଦୀ ପଠା ସ୍ଵର୍ଗଦ୍ଵାର ଶ୍ମଶାନରେ ପୋତା ଯାଇଥିଲା। ଦଶାହ କର୍ମ ପାଇଁ ଆବଶ୍ୟକୀୟ ଦଶାହ କର୍ମ ଦୀପ ନେଇ ପୁଅ ତାପସ ଏବଂ କିଛି ସମ୍ପର୍କୀୟ ଶ୍ମଶାନକୁ ଯାଇଥିଲେ। ହେଲେ ମାଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନରେ ମୃତଦେହ ମିଳିନଥିଲା।
ତେବେ ତାପସ, ସମ୍ପର୍କୀୟ ଓ ଗାଁ ଲୋମମାନେ ଖୋଜାଖୋଜି କଲେ କିନ୍ତୁ ମୃତଦେହ ମିଳିଲା ନାହିଁ । କିଛି ଦୂରରେ ମଦ ବୋତଲ, ପାଣି ବୋତଲ, ଗାମୁଛା ପଡ଼ିଥିବା ଦେଖିଥିଲେ । ଏଥିସହ ଗାତ ପାଖରୁ ଘୋଷଡ଼ା ଚିହ୍ନ ରହିଛି । ତେଣୁ ମୃତଦେହକୁ କେହି ଦୁବୃର୍ତ୍ତ ନେଇ ଯାଇଥିବା ଅନୁମାନ କରାଯାଉଛି ।
ପୋତାସ୍ଥାନରୁ ୨୦୦ ମିଟର ଦୂର ନଦୀ ଭିତରେ ମରଶରୀରର ଅନ୍ତବସ୍ତ୍ର ସହ ପଚା ମାଂସ ପଡ଼ିଥିବା ଦେଖିବାକୁ ମିଳିଥିଲା ।ଏ ନେଇ ମୃତ ରୁକ୍ମଣୀଙ୍କ ସ୍ବାମୀ ଶ୍ରୀମନ୍ତ ସାମଲ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ଘଟଣାର ପୋଲିସ୍ ତଦନ୍ତ ଆରମ୍ଭ ହୋଇଛି ।
ସୂଚନାଥାଉକି,ଏହା ପ୍ରଥମ ଘଟଣା ନୁହେଁ । ଏହି ସ୍ଥାନରୁ ଦେଢ଼ ବର୍ଷ ମଧ୍ୟରେ ୩/୪ରୁ ଅଧିକ ମୃତଦେହ ଗାଏବ ହେଲାଣି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ଏଥିରେ ମୃତଦେହ ଚୋରି ରାକେଟର ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛି ।
Comments are closed.