Latest Odisha News

ୱେଲଡିଂ ଦୋକାନରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ !

ଅନୁଗୁଳ: ଝୁଲୁଥିଲା ମୃତଦେହ । ଆଉ ତା ପୁଣି ୱେଲଡିଂ ଦୋକାନରେ । ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ମୃତଦେହକୁ ପୋଲିସ ଉଦ୍ଧାର କରିଥିଲାବେଳେ ମୃତକଙ୍କ ପରିଚୟ ଖଲାରୀ ବାସିନ୍ଦା ୩୯ ବର୍ଷୀୟ ହରି ଓରଫ ଅରକ୍ଷିତ ଗଡନାୟକ ବୋଲି ଜଣାପଡିଛି ।

ପୋଲିସ ରିପୋର୍ଟ ଅନୁଯାୟୀ ମୃତ ହରି ଓରଫ ଅରକ୍ଷିତ ବାଲିପଟାର ଚୌଧୁରୀ ସାହୁଙ୍କ ୱେଲଡିଂ ଦୋକାନରେ ୪ବର୍ଷ ଧରି ମିସ୍ତ୍ରୀ ଭାବେ କାମ କରୁଥିଲେ । ଏପରିକି ସେ ଦୋକାନରେ ହିଁ ରହୁଥିଲେ । ହେଲେ ଆଜି ସକାଳେ ସକାଳ ପ୍ରାୟ ୬ଟା ୩୦ ମିନିଟରେ ଚୌଧୁରୀ ଦୋକାନ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ସଟ୍ଟର୍ ଖୋଲି ଦୋକାନ ଭିତରକୁ ପଶିବା ପରେ ହରିକୁ ଝୁଲନ୍ତା ଅବସ୍ଥାରେ ଦେଖି ଚୌଧୁରୀ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ହରି ଗଡନାୟକର ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.