Latest Odisha News

BREAKING NEWS

ପୋଖରୀରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତ ଦେହ; ହତ୍ୟା ସନ୍ଦେହ

ସୋର: ସୋର କେଶରୀପୁର ଗାଁ ପୋଖରୀ ଭିତରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। କେହି ଦୁର୍ବୃତ୍ତ ଏହି ବୃଦ୍ଧଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

BjdElectrycity

ସୋର ଥାନା କେଶରୀପୁର ଗାଁରେ ଘଟିଛି ଏଭଳି ଘଟଣା । ମୃତ ବୃଦ୍ଧଙ୍କ ନାମ ମହେଶ୍ବର ବୋଲି ଜଣାପଡିଛି। ସୂଚନୁସାରେ, ବୁଧବାର ରାତିରେ ମହେଶ୍ବର ଶୌଚ ହେବାକୁ ଯାଇ ଘରକୁ ଫେରିନଥିଲେ। ସକାଳୁ ଗାଁ ଗଡ଼ିଆରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହେଶ୍ବରଙ୍କ ମୁଣ୍ଡରେ କ୍ଷତ ଚିହ୍ନ ଥିବା ଯୋଗୁଁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.