Latest Odisha News

BREAKING NEWS

ପୁଡୁଚେରୀ ଉପକୂଳରେ ଲ୍ୟାଣ୍ଡଫଲ୍ ପରେ ୩ ଘଣ୍ଟା ତାଣ୍ଡବ ରଚିଲା ‘ନିଭାର’

ନୂଆଦିଲ୍ଲୀ: ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ନିଭାର । ଗତକାଲି ବିଳିମ୍ବିତ ରାତିରେ ଅତି ଭୀଷଣ ବାତ୍ୟାର ରୂପ ଧାରଣ କରି ପୁଡୁଚେରୀ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା । ପାଖାପାଖି ୩ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ରାତି ୧୧.୩୦ରୁ ବାତ୍ୟା ନିଭାର ପ୍ରକୋପ ଆରମ୍ଭ ହୋଇ ରାତି ସାଢ଼େ ୨ଟା ଯାଏ ଚାଲିଥିଲା ।

ନିଭାର ଲ୍ୟାଣ୍ଡଫଲ୍ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଥିଲା । ସାଙ୍ଗରେ ଆଣିଥିଲା ପ୍ରବଳ ବର୍ଷା । ସ୍ଥଳଭାଗ ଛୁଇଁବା କ୍ଷଣି ଖୋଲିଥିଲା ବାତ୍ୟାର ଆଖି । ପ୍ରଳୟଙ୍କରୀ ରୂପ ଦେଖାଇ ତାଣ୍ଡବ ରଚିଥିଲା ନିଭାର । ପବନରେ ବହୁ ଗଛ ଉପୁଡ଼ିଥିବା ବେଳେ ବିଦ୍ୟୁତ ସେବା ବାଧାପାପ୍ତ ହୋଇଛି । ଘରଦ୍ୱାର ଭାଙ୍ଗିଥିବା ସୂଚନା ମିଳିଛି । ତେବେ ନିଭାର ପ୍ରଭାବରେ କ୍ଷୟକ୍ଷତି ନେଇ ସଠିକ ସୂଚନା ମିଳି ନାହିଁ ।

ଚେନ୍ନାଇ ଓ ଏହାର ଆଖପାଖ ଅଞ୍ଚଳରେ ଅପେକ୍ଷାକୃତ କମ ପବନ ବହିଥିଲେ ହେଁ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଲ୍ୟାଣ୍ଡଫଲ ପରେ ନିଭାର ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଥିଲା । ପରେ ଅଧିକ ଦୁର୍ବଳ ହୋଇ ସାଇକ୍ଲୋନିକ ଷ୍ଟର୍ମ ହେବ ବୋଲି କହିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.