Latest Odisha News

ରାଜଧାନୀରେ ଚାଞ୍ଚଲ୍ୟ: ଭଙ୍ଗା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭଙ୍ଗା ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ବିଜୁ ପଟଟ୍ନାୟକ କଲେଜ ନିକଟ ଏକ ଭଙ୍ଗା ଘରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଶାନ୍ତନୁ କୁମାର ପରିଡ଼ା । ମୃତଦେହ ପାଖରୁ ଏକ ହୋଣ୍ଡା ଆକ୍ଟିଭା ଗାଡ଼ି ଜବତ ହୋଇଛି । ହତ୍ୟା ପରେ କେହି ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖୋଳତାଡ କରୁଛି ।
ମୃତକଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ, ଗତକାଲି ସକାଳେ କାହାକୁ ଟଙ୍କା ଦେବା ପାଇଁ ଘରୁ ବାହାରିଥିଲେ ଶାନ୍ତନୁ । ପରେ ସ୍ତ୍ରୀ ଫୋନ୍ କରିଥିଲେ ବି ସେ ଫୋନ୍ ଉଠାଇ ନଥିଲେ । ପରେ ମୋବାଇଲ୍ ଫୋନ୍ ସୁଇଚଅଫ୍ ହୋଇଥିଲା ।

ଗତକାଲି ରାତି ଯାଏ ଖୋଜାଖୋଜି କରିଥିଲେ ବି ଶାନ୍ତନୁଙ୍କର କୌଣସି ସନ୍ଧାନ ପାଇ ନଥିଲେ । ଆଜି ସକାଳୁ ଭଙ୍ଗା ଘର ଭିତରୁ ଉଦ୍ଧାର ହୋଇଛି ମୃତଦେହ । ସକାଳୁ ସକାଳୁ ଭଙ୍ଗା ଘର ଭିତରେ କେହି ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ ।

Leave A Reply

Your email address will not be published.