Latest Odisha News

ଭୁବନେଶ୍ୱରରେ ଗଣେଶ ପୂଜା ପାଇଁ ବିଏମସିର ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ଆଉ ସପ୍ତାହେ ପରେ ଗଣେଶ ପୂଜା । କରୋନା କଟକଣାରେ କେମିତି ପୂଜା ହେବ ସେନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହୋଇଛି ନୂଆ ଗାଇଡଲାଇନ୍ । ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା କରିବାକୁ କମିଶନରେଟ ପୁଲିସର ଅନୁମତି ନେବାକୁ ପଡ଼ିବ । ମଣ୍ଡପ/ପେଣ୍ଡାଲର ତିନି ପଟକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି ।

ଘର ଭିତରେ ପୂଜା କରିବା ଭଳି କେବଳ ବିଧି ଅନୁପାଳନ ହେବ । ମଣ୍ଡପରେ ସର୍ବସାଧାରଣ ଦର୍ଶନ ଅନୁମତି ନାହିଁ । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ । ପୂଜା ସମୟରେ ପୂଜକ ଓ ଆୟୋଜକ ସଦସ୍ୟଙ୍କୁ ମିଶାଇ ମଣ୍ଡପ ଭିତରେ ୭ରୁ ଅଧିକ ଲୋକ ରହିପାରିବେ ନାହିଁ ।

ଯେଉଁମାନେ ମଣ୍ଡପରେ ପୂଜା ବେଳେ ଉପସ୍ଥିତ ରହିବେ ସେମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ । ଆୟୋଜକ ନିଶ୍ଚିତ କରିବେ ଯେ, ଯେଉଁମାନେ ପୂଜାରେ ଉପସ୍ଥିତ ରହିବେ ସେମାନେ ଟିକା ନେଇଛନ୍ତି ।

ମୂର୍ତ୍ତି ବିସର୍ଜନ କେବଳ ବିଏମସି କରିଥିବା କୃତ୍ରିମ ଜଳାଶୟରେ କରିବାକୁ ପଡ଼ିବ । ସେହିପରି ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟରରେ ବି ଏସବୁ ଗାଇଡଲାଇନ୍ ପାଳନ କରି ପୂଜା କରିପାରିବେ ।

ସର୍ବାଧିକ ୨୦ ଜଣ ସାମିଲ ହୋଇପାରିବେ । ସମସ୍ତେ କୋଭିଡ୍ ପ୍ରୋଟକଲ୍ ମାନିବେ । ଭୋଜି କିମ୍ବା ପ୍ରସାଦ ସେବନକୁ ଅନୁମତି ନାହିଁ । ଗାଇଡଲାଇନର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ ।

Leave A Reply

Your email address will not be published.