Latest Odisha News

ଭୁବନେଶ୍ୱରରେ ପହଞ୍ଚିଲା ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ

ଭୁବନେଶ୍ଵର: ଭୁବନେଶ୍ୱରରେ ପହଞ୍ଚିଲା ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ । ସଡ଼କ ପଥରେ କେରଳରୁ ଆସି ଭୁବନେଶ୍ବରରେ ପହଞ୍ଚିଲା ମରଶରୀର । ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଆସିଲା ଡାକ୍ତର ଚିନାରାଙ୍କ ମୃତଦେହ । ଜନ୍ମମାଟିରେ ହେବ ଶେଷକୃତ୍ୟ ।

ସୂଚନା ଅନୁସାରେ, ଓଡ଼ିଶାରୁ କୋଚିକୁ ସିଧା ସଳଖ ବିମାନ ସେବା ନଥିବାରୁ ସଡ଼କ ପଥରେ କେରଳରୁ ଆସି ଭୁବନେଶ୍ବରରେ ପହଞ୍ଚିଲା ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ । ତାଙ୍କ ସହ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍ ମଧ୍ୟ ଡିସ୍‌ଚାର୍ଜ ପରେ ପରିବାର ଲୋକଙ୍କ ସହ ଫେରିଛନ୍ତି । ଅନ୍ୟପଟେ ନିଖୋଜ ଡାକ୍ତର ସ୍ବାଧୀନ ପଣ୍ଡାଙ୍କୁ ତଲାସ ଉଦ୍ୟମ ଚାଲିଛି । ତାଙ୍କ ପତ୍ନୀ ସ୍ବୀକୃତି ମହାପାତ୍ରଙ୍କ ଚିକିତ୍ସା ଜାରି ରହିଛି । ତାଙ୍କ ଛାତି ଏବଂ ଫୁସଫୁସରେ କାଦୁଅ ଓ ମାଟି ପଶି ଯାଇଥିଲା। ୯୫ ପ୍ରତିଶତ ମାଟି କାଦୁଅ କଢ଼ା ସରିଛି। ଏବେ ସେ ଧିରେ ଧିରେ ସୁସ୍ଥ ହେଲେଣି। ଖୁବଶୀଘ୍ର ସେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ସୂଚନା ଅନୁସାରେ, ଗତ ୨୬ତାରିଖରେ ଉଭୟ ପରିବାର ବେଙ୍ଗାଳୁରୁ ବୁଲି ଯାଇଥିଲେ । ବେଙ୍ଗାଳୁରୁରୁ ସେମାନେ କେରଳ ଯାଇଥିଲେ । ସେଠାରେ ଓ୍ବାଏନାଡର ଲିନରା ଭିଲ୍ଲାରେ ରହିଥିଲେ । ଗତ ସୋମବାର ରାତିରେ ମୋପ୍ପାଡି, ମୁବାଡକାଇ ଓ ଚୁରାଲ ମାଲା ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏହାପରେ ଜନବସତି ଆଡକୁ ମାଟିମିଶା ବନ୍ୟା ପାଣି ମାଡିଆସିଥିଲା। ପାଣିର ପ୍ରଖର ସ୍ରୋତରେ ସମସ୍ତେ ଭାସି ଯାଇଥିଲେ । ପ୍ରିୟଦର୍ଶିନୀ ପାଲ୍ ଓ ସ୍ବୀକୃତି ମହାପାତ୍ରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା l କିନ୍ତୁ ଦୁଇ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଏବେବି ନିଖୋଜ ଅଛନ୍ତି ।

Comments are closed.