ଭୁବନେଶ୍ବର: ଓୟୋ ହୋଟେଲ ରୁମ୍ରୁ ମିଳିଛି ସମାଜସେବୀଙ୍କ ମୃତଦେହ। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଦେବୀଦତ୍ତ ମହାପାତ୍ର ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ, ଦେବୀଦତ୍ତ ୨ ଦିନ ତଳେ ଭୁବନେଶ୍ୱର ଆସି ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ରହିଥିଲେ। ହେଲେ ରୁମ୍ ଭିତର ପଟୁ ବନ୍ଦ ଥିବା ବେଳେ ଦୀର୍ଘ ସମୟ କବାଟ ନଖୋଲିବାରୁ ପୋଲିସ ଉପସ୍ଥିତିରେ ଘରର କବାଟ ଭାଙ୍ଗିା ଯାଇଥିଲା।
ଏହାପରେ ଦେବୀଦତ୍ତଙ୍କ ଝୁଲନ୍ତା ମୃତଦେହ ଜବତ କରିଛି ପୋଲିସ। ଦେବିଦତ୍ତ ୭ ମାସ ତଳେ ବିବାହ କରିଥିଲେ। ମୃତଦେହ ଜବତ କରିବ ସହ ପୋଲିସ ଘଟଣାର ତଦନ୍ତ କରୁଛି।
Comments are closed.