କାମାକ୍ଷାନଗର: ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର । ମୃତ ଛାତ୍ର ଜଣକ ହେଲେ ମୁଣ୍ଡେଇଲେ ଗାଁର ବିଶ୍ୱଭୂଷଣ ପଣ୍ଡା । ଗତ ୧୦ତାରିଖରୁ ସେ ନିଖୋଜ ଥିଲେ । ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଝିଲ୍ଲୀ-ପଥଗଡ଼ ରାସ୍ତାର ଚାଉଳିଆଝରଣ ବ୍ରିଜ ତଳୁ ଉଦ୍ଧାର ହୋଇଛି ମୃତଦେହ ।
ସୂଚନା ଅନୁସାରେ, ବିଶ୍ୱଭୂଷଣ ମହାବିରୋଡ଼ ଗାଁ ସ୍ଥିତ ନିଜ ପିଉସୀ ରିତାରାଣୀ ପଣ୍ଡାଙ୍କ ଘରେ ରହି ପାଠ ପଢ଼ୁଥିଲେ । ଗତ ୧୦ତାରିଖ ଦିନ କ୍ଷୀର ଆଣିବାକୁ ଯାଇଥିଲେ । ସେ ସେହିଦିନ ଦୁଇଜଣ ହେଲମେଟ ପିନ୍ଧା ଲୋକଙ୍କ ସହିତ ବାଇକରେ ବସି ଯାଉଥିବା ଲୋକମାନେ ଦେଖିଥିଲେ । ଏହାକୁ ଆଧାର କରି ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହାସହ ଏଣେତେଣେ ଖୋଜାଖୋଜି କରିଥିଲେ । ହେଲେ କୌଣସି ପତ୍ତା ମିଳିନଥିଲା ।
ଶେଷରେ ଆଜି ତାଙ୍କର ମୃତଦେହ ସନ୍ଦେହ ଜନକ ଭାବେ ଚାଉଳିଆଝରଣ ବ୍ରିଜ ତଳୁ ଉଦ୍ଧାର କରାଯାଇଛି । ପାରିପାଶ୍ୱିର୍କ ସ୍ଥିତି ଦେଖିଲେ ଏହା ହତ୍ୟା ବୋଲି ଅନୁମାନ ହେଉଛି । ଯାହାକୁ ନେଇ ପରଜଙ୍ଗ ପୋଲିସ ଅଧିକ ତଦନ୍ତ ଚଳାଇଛି ।
Comments are closed.