Latest Odisha News

BREAKING NEWS

[ଭିଡିଓ] ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ମହିଳା

ଭୁବନେଶ୍ୱର: ବିଳାସମୟ ଯାତ୍ରୀବାହୀ ବସରେ ହଠାତ୍ ଲାଗିଥିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା ବସ୍ । ସେହି ବସରେ ଥିବା ଜଣେ ମହିଳା ଜୀଅନ୍ତା ଜଳିଯାଇଥିଲେ । ଅନ୍ୟପଟେ ଜଣେ ପୁରୁଷ ବ୍ୟକ୍ତି ଗଭୀର ଭାବେ ଆହତ ହୋଇଥିବା ସୂଚନା ରହିଛି ।

ଗତକାଲି ଗୁଜରାଟର ସୁରଟ୍ ସହରରେ ଏପରି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଥିଲା । ଭରଚ୍ଛା ଅଂଚଳରେ ପ୍ରାୟ ୧୫ ଜଣ ଯାତ୍ରୀ ସବାର ଥିବା ସମୟରେ ଗୋଟିଏ ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ଚାହୁଁଚାହୁଁ ହୁତୁହୁତୁ ହୋଇ ବସଟି ଜଳିବାରେ ଲାଗିଥିଲା । କୌଣସି ମତେ ବସରୁ ଅଧିକାଂଶ ଯାତ୍ରୀ ସୁରକ୍ଷିତ ଓହ୍ଲାଇପଡିଥିଲେ । ହେଲେ ଜଣେ ମହିଳା ଓ ଜଣେ ପୁରୁଷ କିନ୍ତୁ ନିଆଁ କବଳରୁ ମୁକୁଳିପାରିନଥିଲେ । ଏହି ଘଟଣାରେ ମହିଳାଙ୍କର ମୃତ୍ୟୁ ଘଟିଥିଲାବେଳେ ପୁରୁଷ ବ୍ୟକ୍ତି ଜଣକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସ୍ଥାନୀୟ ଲୋକଙ୍କ ଅନୁଯାୟୀ ଇଂଜିନରେ ବିସ୍ଫୋରଣ ଘଟି ବସରେ ନିଆଁ ଲାଗିଥିଲା । ତଦନ୍ତକାରୀ ଅଫିସରଙ୍କ ବୟାନ ଅନୁଯାୟୀ ଏୟାର କଣ୍ଡିସନ୍ କମ୍ପ୍ରେସର୍‌ରେ ନିଆଁ ଲାଗିବା ପରେ ବସରେ ଥିବା ଫୋମ୍ ଓ ସିନ୍ଥୋଟିକ୍ ମ୍ୟାଟେରିଆଲ୍ ନିଆଁକୁ ବ୍ୟାପିବାରେ ସହାୟକ ହୋଇଥିଲା ।

Comments are closed, but trackbacks and pingbacks are open.