Latest Odisha News

BREAKING NEWS

ସୁଟକେଶ ଭିତରେ ମୃତ ଦେହ

ବାଲୁଗାଁ: ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଏକ ସୁଟକେଶରୁ ଯୁବକଙ୍କ ମୃତଦେହ ମିଳିଛି। ରବିବାର ସକାଳେ କିଛି ଲୋକ ଉକ୍ତ ଜଙ୍ଗଲ ଭିତରକୁ କାଠ ପାଇଁ ଯାଇଥିବା ବେଳେ, ଏକ ନୀଳ ରଙ୍ଗର ସୁଟକେଶ ଦେଖିଥିଲେ। ଜଙ୍ଗଲ ଭିତରେ ସୁଟକେଶ ଦେଖି ଏ ବାବଦରେ ସ୍ଥାନୀୟ ପୋଲିସରେ ଖବର ଦେଇଥିଲେ। ଖବର ପାଇ ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେଶ ଖୋଲିବା ପରେ ଘଟଣାଟି ଜଣାପଡ଼ିଥିଲା।

ଏହି ଅଜଣା ସୁଟକେଶ ଖୋଲିବା ପରେ ସେଥିରୁ ଜଣେ ଯୁବକର ମୃତ ଦେହ ମିଳିଥିଲା । ଯାହାର ହାତ ଗୋଡ ଭାଙ୍ଗି ରଖା ଯାଇଥିବା ଦେଖିବାକୁ ମିଳିଥିଲା। ଯୁବକର ବୟସ ପ୍ରାୟ ୨୦ରୁ୨୫ ବର୍ଷ । ମୃତକ ହେଲେ ରୁଣପୁର ଥାନା ଲାଖପଡାର ମନୋରଞ୍ଜନ ମହାପାତ୍ର । ତେବେ କିଏ ଓ କାହିଁକି ହତ୍ୟା କରିଛି ତାହା ଜଣା ପଡିନାହିଁ। ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା ଓ ସାଇଣ୍ଟିଫିକ ଟିମ୍ ସମେତ ବାଲୁଗାଁ ଏସଡିଓ ମାନସ ରଞ୍ଜନ ବାରିକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.