Latest Odisha News

BREAKING NEWS

ପୁରୀ ବେଳାଭୂମିରେ ମୃତ ଜେଲି ଫିସ

ପୁରୀ: ପୁରୀ ବେଳାଭୂମିରେ ଶହ ଶହ ଜେଲି ଫିସଙ୍କ ମୃତ ଦେହ ଠାବ ହୋଇଛି। ଦିଗବାରିଣୀ, ଚୈତନ୍ୟ ଛକ, ଲାଇଟ ହାଉସ ପାଖରେ ପଡ଼ିଛି ମୃତଦେହ। ବାତ୍ୟା ୟାସ୍ ପ୍ରଭାବରେ ଜେଲି ଫିସ୍ ମରି ପଡ଼ିଥିବା ପୁରୀ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ବିଭାଗର ବୈଜ୍ଞାନିକ କହିଛନ୍ତି। ସାଧାରଣତ ଜେଲି ଫିସ ଗୁଡିକ ଅତ୍ୟଧିକ ପବନ ଗତି ଅବା କୌଣସି ବାତ୍ୟା ପ୍ରଭାବ ରେ ସମୁଦ୍ର କୂଳକୁ ଭାସି ଆସିଥାନ୍ତି।

ଏଣୁ ପୁରୀ ବେଳାଭୂମିରେ ୟାସ ପ୍ରଭାବରେ ଜେଲି ଫିସ ମରି ପଡି ଥିବା କୁହାଯାଇଛି। ତେବେ କେତେକ ଜେଲି ଫିସ ବିଷାକ୍ତ ହୋଇଥାନ୍ତି । ଏହାକୁ ସ୍ପର୍ଶ କଲେ ପ୍ରବଳ ଯନ୍ତ୍ରଣା ହୋଇ ଥାଏ। ଏଣୁ ସମୁଦ୍ର କୂଳରେ ପଡ଼ିଥିବା ଜେଲି ଫିସ ଗୁଡ଼ିକୁ ସ୍ପର୍ଶ ନ କରିବାକୁ କୁହାଯାଇଛି । ସେହିଭଳି
ପୁରୀ ପେଣ୍ଠକଟାରେ ମଧ୍ୟ କିଛି ମାଛ ମରି ପଡିଥିବା ଦେଖିବାକୁ ମିଳିଥିଲା।

 

Comments are closed.