ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଆଜି ଗୋଟିଏ କଲରାପତରିଆ ବାଘ ଛୁଆର ମୃତଦେହ ଉଦ୍ଧାର ହୋଇଛି । ବନ ବିଭାଗ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି । ଏହାର ବୟସ ଦେଢ଼ ମାସ ହେବ । ବାଘର କେମିତି ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ଜଣାପଡ଼ିନାହିଁ ।
ଏହି ବାଘ ଛୁଆର ମୃତଦେହ ଅଭୟାରଣ୍ୟର ବୁଢ଼ୀଗାଁ ଜଙ୍ଗଲ ନିକଟରେ ପଡ଼ିଥିଲା । ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ଏହାକୁ ଦେଖି ବନବିଭାଗକୁ ଜଣାଇଥିଲେ । ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ ପାଇଁ ପଠାଇଛି । ଡ଼ିହାଇଡ଼୍ରେସନ ଯୋଗୁ ବାଘର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି । ଅନ୍ୟପଟେ ଛୁଆଟି ମାଆ ପାଖରୁ ଅଲଗା ହୋଇ ଖାଇବାକୁ ନ ପାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ ବୋଲି ଡ଼ାକ୍ତର କହିଛନ୍ତି ।
BREAKING NEWS
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା

Comments are closed.