Latest Odisha News

BREAKING NEWS

ହକି ବିଶ୍ୱକପ: କ୍ୱାର୍ଟର ଫାଇନାଲରେ ଦକ୍ଷିଣ କୋରିଆ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଦ୍ୱିତୀୟ କ୍ରସଓଭର ମ୍ୟାଚରେ ଆର୍ଜେଂଟିନାକୁ ହରାଇ ଦକ୍ଷିଣ କୋରିଆ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛି । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚର ଫଳାଫଳ ପେନାଲ୍ଟି ଶୁଟଆଉଟରେ ବାହାରିଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ପରସ୍ପର ବିରୋଧରେ ୫ଟି ଲେଖାଁଏ ଗୋଲ ସ୍କୋର କରିଥିଲେ । ଆର୍ଜେଂଟିନା ପକ୍ଷରୁ ନିକୋଲସ କିନାନ(୨୦ତମ, ୪୬ତମ) ଓ ନିକୋଲସ ଡେଲା ଟେରା (୨୩ତମ, ୪୦ତମ) ମିନିଟରେ ଗୋଲ ସ୍କୋର କରିଥିଲେ । ମାଇକୋ କାସେଲା ୭ମ ମିନିଟରେ ଆଉ ଏକ ଗୋଲ ଦେଇଥିଲେ । କୋରିଆ ପକ୍ଷରୁ ଜଙ୍ଗିଉନ ଜାଙ୍ଗ ସର୍ବାଧିକ ୨ଟି ଗୋଲ ସ୍କୋର କରିଥିଲେ ।

ସୁଙ୍ଗିଉନ କିମ, ଜୁଙ୍ଗୋ ଜିଓଙ୍ଗ ଓ ୟାଙ୍ଗ ଲିନାମ ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ । କୋରିଆ କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡସକୁ ଭେଟିବ । ଆଜି ପ୍ରଥମ ମୁକାବିଲାରେ ଜର୍ମାନୀ ୫-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଛି ।

Leave A Reply

Your email address will not be published.