Latest Odisha News

BREAKING NEWS

ବୋମା ଭଳି ଫାଟିଥାଏ ମୃତ ତିମି, କାହିଁକି ଜାଣନ୍ତି କି?

ଆପଣଙ୍କ ମଧ୍ୟରୁ ଅନେକ ତିମି ମାଛ ଦେଖିଥିବେ । ନୀଳ ସମୁଦ୍ରର ଜଳରାଶିରେ ବହୁସଂଖ୍ୟାରେ ତିମି ରହୁଥିବାବେଳେ ବେଳେବେଳେ ଏମାନଙ୍କ ମୃତଦେହ ସମୁଦ୍ରର ଜୁଆରରେ ଭାସି ଆସି ସମୁଦ୍ର ବେଳାଭୂମିରେ ଲାଗିଥାଏ । ଆଉ ଏହାକୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ମଧ୍ୟ ଏକତ୍ରିତ ହୋଇଥାନ୍ତି । ତେବେ ପ୍ରାଣୀ ବିଜ୍ଞାନୀଙ୍କ କହିବା କଥା ଯେ ତିମିର ମୃତଦେହ ପାଖକୁ ଯିବା ଉଚିତ ନୁହେଁ । କାରଣ ତିମିର ମୃତଦେହ ନିକଟକୁ ଯିବା ଦ୍ୱାରା ମଣିଷର ଜୀବନ ମଧ୍ୟ ଚାଲିଯାଇପାରେ । ପ୍ରାଣୀ ବିଜ୍ଞାନୀଙ୍କ କହିବା ମୁତାବକ ତିମିର ମୃତଦେହ ବିପଦର କାରଣ ସାଜିପାରେ । କାରଣ ତିମିର ମୃତ୍ୟୁ ପରେ ଏଥିରେ ସ୍ୱତଃ ବିସ୍ଫୋରଣ ହୋଇଥାଏ, ଆଉ ମୃତ ତିମିକୁ ଯାଇ ଦେଖିବା ଦ୍ୱାରା ବିସ୍ଫୋରଣରେ ଜୀବନ ମଧ୍ୟ ଚାଲିଯାଇପାରେ । ଏଭଳି ଅନେକ ଥର ହୋଇଥିବାରୁ ତିମିର ମୃତଦେହ ନିକଟକୁ ଯିବାକୁ ବାରଣ କରାଯାଇଥାଏ ।

କାହିଁକି ହୁଏ ବିସ୍ଫୋରଣ?
ଯେତେବେଳେ ତିମିର ମୃତ୍ୟୁ ହୋଇଯାଇଥାଏ, ଏହାର ଶରୀର ଭିତରେ ଥିବା ଅଙ୍ଗପ୍ରତ୍ୟଙ୍ଗ ପଚିବାକୁ ଆରମ୍ଭ କରିଥାଏ । ଏଥିରୁ ଏକପ୍ରକାରର ଗ୍ୟାସ ସୃଷ୍ଟି ହୋଇଥାଏ । କିନ୍ତୁ ତିମିର ଚମଡା ବହୁତ ଶକ୍ତ ହୋଇଥିବାରୁ ଏହି ଗ୍ୟାସ ବାହାରକୁ ଆସିପାରିନଥାଏ । ଯେତେବେଳେ ଏହି ଗ୍ୟାସ ପୂର୍ଣ୍ଣ ହୋଇଯାଇଥାଏ, ଏଥିରେ ଚାପ ସୃଷ୍ଟି ହୋଇଥାଏ । ଆଉ ଏହା ଚମଡା ଫାଡ଼ି ବାହାରକୁ ଆସିଥାଏ, ଯାହାକି ବିସ୍ଫୋରଣର ରୂପ ନେଇଥାଏ ।

Leave A Reply

Your email address will not be published.