Latest Odisha News

BREAKING NEWS

ବନ୍ଦେ ଭାରତ ଟ୍ରେନ ନିର୍ମାଣ କରିବ ଋଷ କମ୍ପାନୀ

୨୦୦ଟି ନୂଆ ସ୍ଲିପର ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ଏହି କମ୍ପାନୀ ଜିତିଲେ ଟେଣ୍ଡର

ନୂଆଦିଲ୍ଲୀ: ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ ମାଧ୍ୟମରେ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରୁଛନ୍ତି । ଆଉ ସେଥିପାଇଁ ତ ଟ୍ରେନକୁ ଭାରତର ଜୀବନରେଖା ମଧ୍ୟ କୁହାଯାଇଥାଏ । ତେବେ ଯାତ୍ରୀଙ୍କୁ ସୁବିଧାସୁଯୋଗ ଯୋଗାଇଦେବାକୁ ରେଳ ମନ୍ତ୍ରାଳୟ ବିଭିନ୍ନ ପ୍ରୟାସ କରୁଥିବାବେଳେ ରାଜଧାନୀ, ଶତାବ୍ଦୀ ସହ ବନ୍ଦେ ଭାରତ ଭଳି ପ୍ରିମିୟମ ଟ୍ରେନ ମଧ୍ୟ ଚଳାଚଳ କରୁଛି । ଦେଶର ସେମି-ହାଇସ୍ପିଡ଼ ଟ୍ରେନ ବନ୍ଦେ ଭାରତ ଏବେ ୧୦ଟି ରୁଟରେ ଚଳାଚଳ କରୁଥିବାବେଳେ ଆଗାମୀ ଦିନରେ ୨୦୦ଟି ସ୍ଲିପର ଟ୍ରେନ ଚଳାଚଳ କରିବ । ୨୦୦ଟି ସ୍ଲିପର ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବାକୁ ଥିବାବେଳେ ଏହାକୁ ୨ଟି କମ୍ପାନୀ ନିର୍ମାଣ କରିବେ ।

BjdElectrycity

୨୦୦ଟି ଟ୍ରେନ ମଧ୍ୟରୁ ସବୁଠାରୁ କମ ନିଲାମ ଡ଼ାକିଥିବା କମ୍ପାନୀକୁ ୧୨୦ଟି ଟ୍ରେନ ଓ ଅନ୍ୟ କମ୍ପାନୀକୁ ୮୦ଟି ଟ୍ରେନ ନିର୍ମାଣ କରିବାକୁ ଦିଆଯିବ । ରେଳ ଅଧିକାରୀଙ୍କ ସୂଚନା ମୁତାବକ ଟ୍ରେନ ନିର୍ମାଣ ପାଇଁ ଦୁଇଟି କମ୍ପାନୀଙ୍କୁ ଟେଣ୍ଡର ମାଧ୍ୟମରେ ଚୟନ କରାଯାଇଛି । ଏହି ଦୁଇଟି କମ୍ପାନୀ ହେଉଛନ୍ତି ଋଷର ସିଜେଏସସି ଟ୍ରାନ୍ସମାହୋଲ୍ଡିଂ ଏବଂ ରେଳ ବିକାଶ ନିଗମ ଲିମିଟେଡ୍ | ଋଷର କମ୍ପାନୀ ସବୁଠାରୁ କମ ନିଲାମ ଡାକିଥିଲା। ଉଭୟ କମ୍ପାନୀର ବିଡ୍ ହେଉଛି ୫୮,୦୦୦ କୋଟି ଟଙ୍କା । ବନ୍ଦେ ଭାରତ ସ୍ଲିପର ଟ୍ରେନରେ ୧୬ଟି କୋଚ ରହିବ ଓ ଏହି କୋଚଗୁଡିକ ମହାରାଷ୍ଟ୍ରର ଲାଟୁର ଏବଂ ଚେନ୍ନାଇର ଆଇସିଏଫରେ ନିର୍ମାଣ କରାଯିବ ।

Leave A Reply

Your email address will not be published.