Latest Odisha News

ସଫଳ ହେଲା ରାଜ୍ୟର ତୃତୀୟ କିଡନୀ ପ୍ରତ୍ୟାରୋପଣ

କଟକ/ ଭୁବନେଶ୍ୱର: ଗୁରୁବାର ଦିନ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରମାନେ ସଫଳତାପୂର୍ବକ କିଡନୀ ପ୍ରତ୍ୟାରୋପଣ କରିଛନ୍ତି । କିଡନୀ ଦାନ କରିଥିବା ମହିଳା ହେଉଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗର ରାଜଲକ୍ଷ୍ମୀ ଦାସ । ନିକଟରେ ସେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଓ ତାଙ୍କୁ ଭୁବନେଶ୍ୱରର ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବୁଧବାର ଦିନ ଡାକ୍ତର ତାଙ୍କ ବ୍ରେନ ଡେଡ୍ ହୋଇଥିବା ଘୋଷଣା କରିଥିଲେ ।

BjdElectrycity

ରାଜଲକ୍ଷ୍ମୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ରାଜ୍ୟ ଅଙ୍ଗ ଓ ଟିସୁ ପ୍ରତ୍ୟାରୋପଣ ସଙ୍ଗଠନ ସହ ସଂପର୍କ କରିଥିଲେ ଓ ମୃତକଙ୍କ କିଡନୀ ଦାନ କରିବାକୁ ଇଚ୍ଛା ବ୍ୟକ୍ତ କରିଥିଲେ ।

ପରେ ରାଜଲକ୍ଷ୍ମୀଙ୍କ କିଡନୀକୁ ଏସସିବି ମେଡିକାଲ ନିଆଯାଇଥିଲା । ସେଠି ଡାକ୍ତରମାନେ ରାଜଲକ୍ଷ୍ମୀଙ୍କ କିଡନୀ ଦ୍ୱୟକୁ ମୟୂରଭଞ୍ଜ ଜିଲ୍ଲାର ରିତାରାଣୀ ମହନ୍ତ ଓ ଢ଼େଙ୍କାନାଳ କାମାକ୍ଷାନଗରର ରତ୍ନାକର ମହାନ୍ତିଙ୍କ ଠାରେ ସଫଳତାପୂର୍ବକ ପ୍ରତ୍ୟାରୋପଣ କରିଥିଲେ ।

Leave A Reply

Your email address will not be published.