Latest Odisha News

ଲୋକସଭାରେ ହଙ୍ଗାମା, କଂଗ୍ରେସର ୭ ସାଂସଦ ସସ୍‌ପେଣ୍ଡ

ନୂଆଦିଲ୍ଲୀ: କଂଗ୍ରେସର ୭ ଲୋକସଭା ସାଂସଦ ସସ୍‌ପେଣ୍ଡ । ସଂସଦର ଅସଦାଚରଣ ଅଭିଯୋଗରେ ବାଚସ୍ପତି ଓମ ବିର୍ଲା କଂଗ୍ରେସର ୭ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ୭ କଂଗ୍ରେସ ସାଂସଦ ହେଲେ ଗୌରବ ଗୋଗୋଇ, ଟିଏପ୍ ପ୍ରଥପାନ, ଡିନ୍ କୁରିକୋସ, ଆର୍‌.ଉନ୍ନିଥନ, ମନିକମ ଟାଗୋର, ବେନି ବେହନ ଏବଂ ଗୁରଜିତ ସିଂହ ।

ଲୋକସଭାରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଏହି ସମସ୍ତ କଂଗ୍ରେସ ସାଂସଦ ବାଚସ୍ପତିଙ୍କ ପୋଡିଅମ ପାଖକୁ ଆସି ନାରାବାଜି କରିଥିଲେ । ଏଥିସହ ପୋଷ୍ଟର ଦେଖାଇ ଥିଲେ । ବାଚସ୍ପତିଙ୍କ ବେଂଚରୁ ଏମାନେ ପତ୍ର ଛଡାଇ ଆଣିଥିଲେ । ଏଥିପାଇଁ ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ଏହାପରେ ବାଚସ୍ପତି ଏମାନଙ୍କୁ ପୁରା ଅଧିବେଶନ ପାଇଁ ନିଲମ୍ବିତ କରିବା ସହ ଗୃହକୁ ଶୁକ୍ରବାର ରାତି ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.