Latest Odisha News

BREAKING NEWS

ବିନ୍ଦୁସାଗରରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର:  ଭୁବନେଶ୍ୱର ସ୍ଥିତ ଐତିହ୍ୟ ସଂପନ୍ନ ବିନ୍ଦୁସାଗର ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କ ପରିଚୟ ଜଣାପଡ଼ି ନାହିଁ।

ମୃତଦେହ ଉଦ୍ଧାର କରି ପ୍ରଦୀପ ସେବା ଟ୍ରଷ୍ଟ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ । ମହିଳାଙ୍କ ବେଶଭୂଷା ସମ୍ଭ୍ରାନ୍ତ ଘରର ବୋଲି ଜଣା ପଡୁଛି। ଖବର ପାଇ ଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ଏହା ଆତ୍ମହତ୍ୟା ନା ହତ୍ୟା କରି ଫିଙ୍ଗି ଦିଆଯାଇଛି ପୁଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.