Latest Odisha News

BREAKING NEWS

ବିଭତ୍ସ ହତ୍ୟାକାଣ୍ଡ; ପଥରରେ ଛେଚି ଯୁବକଙ୍କୁ ହତ୍ୟା ସନ୍ଦେହ

ପୁରୀ: ବୀଭତ୍ସ ହତ୍ୟାକାଣ୍ଡ । ପୁରୀର ଶ୍ରୀସେତୁ ତଳୁ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର। ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ମୃତ ବ୍ୟକ୍ତି ହେଲେ ଖଣ୍ଡିଆବନ୍ଧ ଗାଁର ସୁଦର୍ଶନ ସାହୁ।

ସୂଚନା ଅନୁସାରେ ମାର୍କେଟ ଛକରେ ଉଠା ଜଳଖିଆ ଦୋକାନ କରିଥିଲେ ସୁଦର୍ଶନ। ଗତକାଲି ରାତିରେ ସୁଦର୍ଶନ ଦୁଇଜଣ ବନ୍ଧୁଙ୍କ ସହ ଦୋକାନରୁ ଫେରି ଆଉ ଘରକୁ ଯାଇନଥିଲେ। ଆଜି ସକାଳୁ ଶ୍ରୀସେତୁ ତଳୁ ସୁଦର୍ଶନଙ୍କ ମୃତଦେହ ମିଳିଛି। ଏନେଇ ପୋଲିସକୁ ଖବର ଦେବା ସହ ପରିବାର ଲୋକଙ୍କ ମଧ୍ୟ ଖବର ଦେଇଥିଲେ।

ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ସୁଦର୍ଶନଙ୍କୁ ପଥରରେ ଛେଚି କିଏ ହତ୍ୟା କରି ଫିଙ୍ଗିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ କୌଣସି ଦୁର୍ବୃତ୍ତମାନେ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

Comments are closed.