Latest Odisha News

BREAKING NEWS

ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜୟପୁର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାକର  । କୋରାପୁଟ ଜିଲ୍ଲା ଜୟପୁର ଉମୁରି ରେଳ ଷ୍ଟେସନ ନିକଟ ରେଳ ଲାଇନରୁ ମୃତକଙ୍କ ମୃତଦେହ ଉଦ୍ଧାର ହୋଇଛି  । ମୃତକ ହେଲେ ଜୟପୁର ବ୍ଲକ ଆନ୍ତା ଗ୍ରାମର ଜଗନ୍ନାଥ ବାଘ  । ସେ ଜଣେ ଡ୍ରାଇଭର  । ଟ୍ରେନ୍ ଲାଇନକୁ ସେ କେମିତି ଆସିଲେ ଓ ତାଙ୍କର କେମିତି ମୃତ୍ୟୁ ହେଲା ଅସ୍ପଷ୍ଟ ରହିଛି  । ତାଙ୍କର ମୁଣ୍ଡ ଓ ଶରୀର ବିଭିନ୍ନ ସ୍ଥାନରେ ରହିଛି କ୍ଷତ ଚିହ୍ନ  ।

ଏହା ଦୁର୍ଘଟଣା, ନା ଆତ୍ମହତ୍ୟା ? ନା କେହି ହତ୍ୟା ପରେ ଟ୍ରେନ୍ ଲାଇନରେ ଫିଙ୍ଗି ଦେଇଛି ? ଘଟଣାସ୍ଥଳରେ ଜିଆରପି ପହଞ୍ଚି ଖୋଳତାଡଆରମ୍ଭ କରିଛି  । ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି  । ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି  ।

Comments are closed.