Latest Odisha News

କୋଚ ପଦ ପାଇଁ ଆବେଦନ ତାରିଖ ହେଲା ଶେଷ: ବିସିସିଆଇ ନୀରବ

ନୂଆଦିଲ୍ଲୀ:ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ ପରେ ଭାରତୀୟ କୋଚ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହେବ । ଏହା ପରେ କୋଚ ପଦ ପାଇଁ ବିସିସିଆଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ମେ ୨୭ ସୁଦ୍ଧା ଏହି ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ରଖା ଯାଇଥିଲା । ସମୟ ସୀମା ଶେଷ ହୋଇ ଯାଇଥିଲେ ମଧ୍ୟ କେଉଁମାନେ ଏଥିନେଇ ଆବେଦନ କରିଛନ୍ତି ସେ ନେଇ ବିସିସିଆଇ ପକ୍ଷରୁ କିଛି ତଥ୍ୟ ଜାରୀ କରାଯାଇ ନାହିଁ । ଗୌତମ ଗମ୍ଭୀରଙ୍କୁ ନେଇ ଆଲୋଚନା ଜୋର ଧରିଥିବା ବେଳେ ସେ ମଧ୍ୟ ଏ ନେଇ ନୀରବ ରହିଛନ୍ତି । ଟି୨୦ ବିଶ୍ୱକପ ପରେ ଜିମ୍ବାୱେ ଓ ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ସିନିୟର ଖେଳାଳିଙ୍କ ବିଶ୍ରାମ ଦିଆଯିବ ।

ଏନସିଏର ସିନିୟର କୋଚ ଏହି ଗସ୍ତରେ ଦାୟିତ୍ୱ ତୁଲାଇବେ । ଏହା ପରେ କୋଚ ସମ୍ପର୍କରେ ବିସିସିଆଇ ଚୂଡାନ୍ତ ନିଷ୍ପତି ନେଇପାରେ । କେକେଆଇ ଆଇପିଏଲରେ ତୃତୀୟ ଥର ପାଇଁ ଟାଇଟଲ ହାସଲ କରିଛି । ଟିମର ମେଂଟର ଗୌତମ ଗମ୍ଭୀରଙ୍କ ସହ ବିସିସିଆଇ ସେକ୍ରେଟାରୀ ଜୟ ଶାହା ଆଲୋଚନା କରୁଥିବା ଦେଖିବାକୁ ମିିଳିଛି । ଗମ୍ଭୀର କୋଚ ଦୌଡରେ ଆଗରେ ରହିଛନ୍ତି ବୋଲି ସମୀକ୍ଷକମାନେ କହିଛନ୍ତି ।

Comments are closed.