Latest Odisha News

ମନେ ପଡ଼ନ୍ତି ପ୍ରବାଦ ପୁରୁଷ: ଆଜି ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧାବାର୍ଷିକୀ । କରୋନା କାୟା ଭିତରେ ଏହାକୁ ନିରାଡମ୍ବର ଭାବରେ ପାଳନ କରାଯାଉଛି । ସାମାଜିକ ଦୂରତା ରକ୍ଷା କରି ସୀମିତ ସଂଖ୍ୟକ ନେତା ଓ କର୍ମୀଙ୍କୁ ନେଇ ଆଜି ବିଜେଡି କାର୍ୟ୍ୟାଳୟରେ ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯିବ । ଆଜି ପ୍ରବାଦ ପୁରୁଷଙ୍କ ସ୍ମୃତିଚାରଣ କରୁଛି ସାରା ଓଡ଼ିଶା । ତାଙ୍କ ସ୍ମୃତିରେ ବିଭିନ୍ନ ସ୍ଥାନରେ ନିରାଡମ୍ବର ଉତ୍ସବ ଆୟୋଜନ କରାଯାଉଛି ।

୧୯୧୬ ମାର୍ଚ୍ଚ ୫ତାରିଖରେ କଟକଠାରେ ଜନ୍ମଗ୍ରହଣ କରିଥିଲେ ବିଜୁ ପଟ୍ଟନାୟକ । ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ତାଙ୍କର ତୀରୋଧାନ ହୋଇଥିଲା । ବିଜୁବାବୁଙ୍କ ଅବଦାନ କେବଳ ଓଡ଼ିଶାକୁ ନୁହେଁ, ସମଗ୍ର ଦେଶରେ ମଧ୍ୟ ଅତୁଳନୀୟ । ମହାନ ଚିନ୍ତାନାୟକ, ସାଲିସ ବିହୀନ ରାଷ୍ଟ୍ରନୀତିଜ୍ଞ, ପ୍ରବାଦ ପୁରୁଷ ଓ କଳିଙ୍ଗ ବୀର ଭାବରେ ସେ ବେଶ ପରିଚିତ ଥିଲେ । ଦେଶମାତୃକା ପାଇଁ ତାଙ୍କ ଅବଦାନ ପାଇଁ ଭାରତରତ୍ନ ପ୍ରଦାନ କରିବାକୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି ।

Leave A Reply

Your email address will not be published.