Latest Odisha News

BREAKING NEWS

ପୁଅ ପଛେ ପଛେ ମାଆ: ଦିବଂଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ମାଆଙ୍କ ଦେହାନ୍ତ

ପୁରୀ: ଚାରି ଦିନ ତଲେ କରୋନା ସଂକ୍ରମିତ ହୋଇ ପୁଅ ପ୍ରାଣ ହରାଇଥିଲେ । ଆଜି ଶେଷ ନିଶ୍ୱାସ ତ୍ୟାଗ କଲେ ମାଆ । ପିପିଲିର ଦିବଂଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ପରିବାର ପାଇଁ ଆଉ ଏକ ଦୁଃଖଦ ଖବର । ଅଜିତ ମଙ୍ଗରାଜଙ୍କ ପରେ ତାଙ୍କ ମାଆ କ୍ଷେତ୍ରମଣିଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି କ୍ଷେତ୍ରମଣି । ହୃଦଘାତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ଗତ ୧୪ ତାରିଖରେ ସେ କୋଭିଡ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।

ଅଜିତ ମଙ୍ଗରାଜଙ୍କ ମୃତ୍ୟୁକୁ ଦିନ କେଇଟା ହୋଇ ନଥିବା ବେଳେ ହଠାତ୍ ତାଙ୍କ ମାଆଙ୍କ ଅକାଳ ବିୟୋଗକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି କଂଗ୍ରେସ ସମେତ ବିଭିନ୍ନ ଦଳର ନେତା ଓ କର୍ମୀ ।

Leave A Reply

Your email address will not be published.