ଭୁବନେଶ୍ୱର : ନିଶା ନିବାରଣ କେନ୍ଦ୍ରରୁ ପୁଣି ସାଂଘାତିକ ଅଭିଯୋଗ ଆସିଛି । ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଏଭଳି ଅଭିଯୋଗ ଆସିଛି ଭୁବନେଶ୍ବର ଧଉଳିସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରୁ । ମୃତକ ଝରଣାସାହିର କାଳୁ ନାୟକ ବୋଲି ଜଣାପଡିଛି । ମାତ୍ର ୩ ମାସ ତଳେ କାଳୁ ଏହି ନିଶା ନିବାରଣ କେନ୍ଦ୍ରକୁ ଆସିଥିଲେ ।
ନିଶା ଛଡ଼ାଇବା ନାଁରେ ତାଙ୍କୁ ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଧଉଳି ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏକ ହତ୍ୟା ମାମଲା ରୁଜ୍ଜୁ କରି ତନାଘନା ଚଳାଇଛି । ସିସିଟିଭି ଫୁଟେଜ ଜବତ କରିବା ସହ ମାଲିକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି ।
Comments are closed.