Latest Odisha News

BREAKING NEWS

ଆରପାରିରେ ସ୍ବାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲିକ: ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଚାଟରାଚକୋଡା ପଞ୍ଚାୟତ ହଳଦୀବସନ୍ତ ଗାଁର ଶତାୟୁ  ସ୍ୱାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲିକ  । ଗତକାଲି ୧୦୩ ବୟସରେ ତାଙ୍କର ପରଲୋକ ଘଟିଛି । ୧୯୨୯ ମସିହାରେ  ଜନ୍ମଗ୍ରହଣ କରିଥିଲେ ସ୍ଵର୍ଗତଃ ମଲିକ । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥାଇ ସେ ଦୀର୍ଘ ଦିନରୁ ଶର୍ଯ୍ୟାଶାୟୀ ଥିଲେ । ମହାତ୍ମାଗାନ୍ଧୀଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ । ସେ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ଥିଲେ । ତାଙ୍କ  ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଵର୍ଗତଃ ମଲିକ  ଦେଶ ର ସ୍ଵାଧୀନତା ସଂଗ୍ରାମ ରେ ଯୋଗ ଦେଇ ବହୁବାର କାରାବରଣ କରିଥିଲେ। ମହାତ୍ମା ଗାନ୍ଧୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସେ ନିଜକୁ ସର୍ବଦା ରଚନାତ୍ମକ କାର୍ଯ୍ୟରେ ନିୟୋଜିତ ରଖିଥିଲେ  । କେନ୍ଦ୍ରାପଡା ଜିଲ୍ଲା ର ଜଣେ ବିଶିଷ୍ଟ ସମାଜ ସେବୀ ଭାବେ ମଧ୍ୟ ତାଙ୍କର ବିଶେଷ ସୁନାମ ରହିଥିଲା। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମଲ୍ଲିକ ଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ତା ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଅନ୍ୟପଟେ  ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.